fbpx

ଦେଶ ସେବା କରିବାକୁ ଯୁବକଙ୍କ ଅଦ୍ୟମ ଉତ୍ସାହ: ଏବେ ପ୍ରଶଂସା କଲେ ଆନନ୍ଦ ମହିଦ୍ରା

ନୂଆଦିଲ୍ଲୀ: ରାଜଧାନୀ ରାସ୍ତାରେ ରାତିରେ ଦୌଡ଼ୁଥିବା ଯୁବକଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଦୀପ ମେହରା ନାକମ ଏହି ଯୁବକ ଏବେ ସୁବଆଡ଼େ ଚର୍ଚ୍ଚାର କାରଣ ପାଲଟିଛନ୍ତି । ତାଙ୍କୁ ସମସ୍ତେ କରୁଛନ୍ତି ପ୍ରଶଂସା । ଆଉ ଏବେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଦୀପ ମେହରାଙ୍କ ପ୍ରଶଂସା କରିଛନ୍ତି ଏବଂ ଯୁବକଙ୍କୁ ଆତ୍ମନିର୍ଭର ବୋଲି କହିଛନ୍ତି । ଫିଲ୍ମମେକର ବିନୋଦ କାପଡ଼ୀ ରବିବାର ଟ୍ୱିଟରରେ ଏକ ଭିଡିଓ ଶେୟାର କରିଥିଲେ । ଭିଡିଓରେ ଜଣେ ଯୁବକ ରାତିରେ ନୋଏଡା ଅଞ୍ଚଳରେ ଦୌଡ଼ୁଥିବାର ନଜର ଆସିଥିଲେ । ବିନୋଦ ଏହି ଭିଡିଓ ଶେୟାର କରିବା ସହ କହିଥିଲେ ଯେ ସେ ତାଙ୍କୁ ଲିଫ୍ଟ ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ଯୁବକ ଜଣକ ମନା କରିଦେଇଥିଲେ ଏବଂ ତାଙ୍କର ମନା କରିବାର କାରଣ ଜାଣିଲେ ସମସ୍ତେ ତାଙ୍କୁ ପ୍ରଶଂସା ନିଶ୍ଚୟ କରିବେ ।

ଆଉ ଏବେ ଏହି ଭିଡିଓରେ ଆନନ୍ଦ ମହିନ୍ଦ୍ରା ନିଜର ମତ ରଖିବା ସହ ଯୁବକଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ସାହସ ଏବଂ ଧର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏବଂ କହିଛନ୍ତି ସେ ଆତ୍ମନିର୍ଭର ।

ଭାଇରାଲ ଭିଡିଓରେ ଯୁବକଙ୍କୁ ପଚରାଯାଉଛି ସେ କ’ଣ କାମ କରୁଛନ୍ତି, ସେ କହୁଛନ୍ତି ଯେ ସେ ନୋଏଡ ସେକ୍ଟରରେ ମେକଡନାଲ୍ଡ ରେ କାମ କରୁଛନ୍ତି । ସେନାରେ ଭର୍ତ୍ତି ହେବାକୁ ଚାହୁଛନ୍ତି । ଆଉ ଚାକିରି ପାଇଁ ଦୌଡ଼ ଏବଂ ଅଭ୍ୟାସର ସମୟ ମିଳିନଥାଏ ସେଥିପାଇଁ ସେ ଏହାର ଭରଣ ପାଇଁ ରାତିରେ କାମ ସାରି ଘରକୁ ଫେରିବା ବେଳେ ଏଭଳି ଦୌଡ଼ି ଦୌଡ଼ି କରିଥାନ୍ତି । ସେ କହିଛନ୍ତି ନୋଏଡା ସେକ୍ଟର-୧୬ ରୁ ତାଙ୍କ ଘର ୧୦ କିମି ଦୂରରେ ରହିଛି ଏବଂ ସେ ପ୍ରତିଦିନ ଏହିଭଳି ଭାବରେ ଘରକୁ ଫେରିଥାନ୍ତି । ଏହାଦ୍ୱାରା ତାଙ୍କର ଅଭ୍ୟାସ ହୋଇଯାଇଥାଏ । ଭିଡିଓ ଦେଖିବା ପରେ ସାଧାରଣ ଲୋକଙ୍କଠାରୁ ନେଇ ବଡ଼ ବଡ଼ ଦଗ୍ଗଜ ବ୍ୟକ୍ତି, କ୍ରିକେଟର ହରଭଜନ ସିଂହ, କେଭିନ ପୀଟରସନଙ୍କ ଭଳି ଖେଳାଳି ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.