fbpx

ମହାରାଷ୍ଟ୍ରରେ ସରଗରମ ରାଜନୀତି; ମଧ୍ୟରାତ୍ରରେ ଏହି ନେତାଙ୍କୁ ଭେଟିଲେ ଅନନ୍ତ ଅମ୍ବାନୀ

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ଜାରି ରହିଛି। ନିର୍ବାଚନ ଆୟୋଗ ମଧ୍ୟ କହିଛନ୍ତି ଯେ, ଖୁବଶିଘ୍ର ନିର୍ବାଚନର ତାରିଖର ଘୋଷଣା କରାଯିବ। ନିର୍ବାଚନ ପୂର୍ବରୁ ମହାୟୁତି ଏବଂ ଅଘାଡି ମେଣ୍ଟରେ ସିଟ ସେୟାରିଂକୁ ନେଇ ବୈଠକ ଜାରି ରହିଛି। ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୁମ୍ବାଇ ଗସ୍ତ କରିଛନ୍ତି।

ଅମିତ ଶାହଙ୍କ ମୁମ୍ବାଇ ଗସ୍ତ ମଧ୍ୟରେ ଅଚାନକ ମଙ୍ଗଳବାର ମଧ୍ୟରାତ୍ରୀ ୧୧ଟାରେ ଅନନ୍ତ ଅମ୍ବାନୀ ମାତୋଶ୍ରୀ ଯାଇ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହାର ଠିକ ଦେଢ ଘଣ୍ଟା ପରେ ଅର୍ଥାତ ରାତି ୧ଟାରେ ଅଚାନକ ଅନନ୍ତ ଅମ୍ବାନୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ଲାଗି ବର୍ଷା ବଙ୍ଗଳା ମଧ୍ୟ ପହଞ୍ଚିଛନ୍ତି। ପ୍ରଥମେ ଉଦ୍ଧବ ଠାକରେ ଏବଂ ପରେ ସିନ୍ଦେଙ୍କୁ ଅନନ୍ତ ଅମ୍ବାନୀ ଭେଟିବା ପରେ ମହାରାଷ୍ଟ୍ରରେ ରାଜନୈତିକ ଆଲୋଚନା ଜାରି ରହିଛି। ଚର୍ଚ୍ଚା କରାଯାଉଛି ଯେ, କଣ ନିର୍ବାଚନ ପୂର୍ବରୁ ବା ପରେ କୌଣସି ନୂଆ ରାଜନୈତିକ ସମୀକରଣ ହେବ କି?

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ହୋଇଥିବା ବୈଠକରେ କଣ ଆଲୋଚନା ହୋଇଛି, ଏହି ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳିନାହିଁ। ହେଲେ କୁହାଯାଉଛି ଯେ, ଏହି ବୈଠକ ଅଜିତ ପାୱାରଙ୍କ ନେତୃତ୍ୱରେ ଶିବସେନାର ନେତାମାନେ ମଧ୍ୟ ଏନସିପି ଅଜିତଙ୍କୁ ନେଇ ସର୍ବଦା ସମାଲୋଚନା କରୁଛନ୍ତି। ମହାୟୁତିର ତିନୋଟି ସହଯୋଗୀ ଦଳ ୨୨୮ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଏପର୍ଯ୍ୟନ୍ତ ହୋଇନାହିଁ, ତେବେ ଏହା ଆସନ୍ତା ମାସରେ ହେବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.