fbpx

ଅନନ୍ତ ନାଗେଶ୍ଵର ହେଲେ ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତା

ନୂଆଦିଲ୍ଲୀ: ଆଗାମୀ ଫେବୃଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ୍ । ଏହା ପୂର୍ବରୁ କେନ୍ଦ୍ର ସରକାର ମୁଖ୍ୟ ଆର୍ଥିକ ପରାମର୍ଶଦାତା ନିଯୁକ୍ତ କରିଛନ୍ତି । ଭି. ଅନନ୍ତ ନାଗେଶ୍ଵରଙ୍କୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପଦରେ ନିଯୁକ୍ତ କରିଛନ୍ତି ସରକାର । ସେ ତତ୍କାଳ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି।

ସାଧାରଣ ବଜେଟ୍ ପୂର୍ବରୁ ଜାନୁଆରୀ ୩୧ରେ ଆର୍ଥିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବ । ଏହି ଆର୍ଥିକ ସର୍ଭେ ବ୍ୟାଖ୍ୟା କରିବାରେ ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କୁ ବଡ ଭୂମିକା ରହିଥାଏ । ଗତ ବର୍ଷ ଅକ୍ଟୋବର ମାସରେ ଭାରତର ମୁଖ୍ୟ ପରାମର୍ଶଦାତାଙ୍କ ପଦ ଖାଲି ପଡିଥିଲା । ଅକ୍ଟୋବରରେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ନିଜର ତିନି ବର୍ଷ କାର୍ଯ୍ୟକାଳ ପୂରଣ ହେବା ପରେ ପଦ ଛାଡି ଦେଇଥିଲେ । ଏହା ପରେ ନୂତନ ନାମକୁ ନେଇ ସରକାରୀ ସ୍ତରରେ ବିଚାର ବିମର୍ଶ ଚାଲିଥିଲା ।

ନାଗେଶ୍ଵର ଆଇଏଫଏମାର ଗ୍ରାଜୁଏଟ ସ୍କୁଲ ଅଫ ବିଜନେସର ଡିନ୍ ଏବଂ Krea ବିଶ୍ଵ ବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ଜଣେ ପ୍ରତିଷ୍ଠିତ ଅତିଥି ଅଧ୍ୟାପକ ଥିଲେ । ସେ ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରେ ଆଂଶିକ ସଦସ୍ୟ ରହିଥିଲେ । ସେ ଏକାଧାରରେ ଜଣେ ଲେଖକ, ଶିକ୍ଷକ ଏବଂ ପରାମର୍ଶଦାତା । ସିଙ୍ଗାପୁରର ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରି ସାରିଛନ୍ତି । ତା ସହ ଦେଶର ପ୍ରସିଦ୍ଧ ବିଜନେସ୍ ସ୍କୁଲ ଏବଂ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟର ଅତିଥି ପ୍ରଫେସର ରହିଥିଲେ ।

Get real time updates directly on you device, subscribe now.