fbpx

କଣ୍ଢେଇ ନିଅ, କେମିତି ରେପ୍ କଲ ଲାଇଭ ଦେଖାଅ: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏପରି କହିଲେ ଟିଭି ଆଙ୍କର

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଘଟଣା ଏପରି ଘଟିଯାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଭୁଲବଶତଃ ଲୋକ ମାନେ ଏପରି କିଛି କାମ କରିବସନ୍ତି ଯାହା ସେମାନଙ୍କୁ ସମାଲୋଚନାର ଶିକାର କରାଇଥାଏ । ତେବେ ଏଭଳି ଏକ ଘଟଣା ଆଫ୍ରିକୀ ଦେଶରୁ ସମାନାକୁ ଆସିଛି । ଯେଉଁଠାରେ ଜଣେ ଆଙ୍କର୍ ଆଲୋଚନା ଶିକାର ହୋଇଛନ୍ତି । ଉକ୍ତ ଆଙ୍କର୍ ଜଣେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିକୁ ଷ୍ଟୁଡିଓରେ ଲାଇଭ ଶୋ’କୁ ଡାକିଥିଲେ ଏବଂ ତାଙ୍କୁ ଗୋଟିଏ ପୁତଳିକା ଦେଇ କହିଥିଲେ କିପରି ଦୁଷ୍କର୍ମ କରିଥିଲ ତାହା ଦେଖାଓ । ଏହାପରେ ଏବେ ତାଙ୍କୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି ।

ଏହି ଘଟଣା ଆଫ୍ରିକାର ଆଇଭରୀ କୋଷ୍ଟରେ ହୋଇଥିବା ଜଣାପଡ଼ିଛି । ସୂଚନା ଯେ, ଏକ ଟିଭି ଚ୍ୟାନେଲ୍ ର ଆଙ୍କର୍ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ନିଜର ପ୍ରାଇମ ଟାଇମ୍ ଶୋ’କୁ ଡାକିଥିଲେ । ଏହାପରେ ତାଙ୍କୁ ଏକ ପୁତଳିକା ଦେଇଥିଲେ ଓ ପୀଡିତାଙ୍କ ସହିତ କିପରି ରେପ୍ କରିଥିଲେ ତାହା ଷ୍ଟୁଡିଓରେ କରିବାକୁ କହିଥିଲେ । ତେବେ ଉକ୍ତ ଆଙ୍କରଙ୍କ ନାମ ହେଉଛି ୟବେସ୍ ଡି ମବେଲା ଏବଂ ସେ ହେଉଛନ୍ତି ତାଙ୍କ ଦେଶର ଜଣେ ଜଣାଶୁଣା ଆଙ୍କର୍ । ଏହି ଦୁଷ୍କର୍ମ ଘଟଣା ସମ୍ପର୍କୀତ ଶୋ’କୁ ହୋଷ୍ଟ କରିବା ସରେ ସେ ଏପରି କରିଥିବା ଜଣାପଡ଼ିଛି ।

ତେବେ ଅଭିଯୁକ୍ତ ଜଣକ ତାଙ୍କ କହିବା ଅନୁସାରେ କରିଲେ କି ନାହିଁ ତାହା ଜଣାପଡ଼ିନାହିଁ । ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିପୋର୍ଟ ଅନୁସାରେ, ଉକ୍ତ ଶୋ କୁ ଟେଲିକାଷ୍ଟ୍ ୂକରିଥିବାରୁ ଚ୍ୟାନେଲ୍ ପକ୍ଷରୁ କ୍ଷମା ମଗାଯାଇଛି । ହୋଷ୍ଟ୍ ମବେଲାଙ୍କୁ ଆଇଭରୀ କୋଷ୍ଟର ସଞ୍ଚାର କାଉନସିଲ୍ ନିଲମ୍ବିତ କରିଛନ୍ତି ର ତାଙ୍କୁ ୩୦ ଦିନ ପାଇଁ ସସପେଣ୍ଡ୍ କରାଯାଇଛିା

Get real time updates directly on you device, subscribe now.