fbpx

ଅଭିନେତା ଓ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ, ୪୦ ବର୍ଷ ବୟସରେ ହାର୍ଟ ଆଟାକରେ ଆଖି ବୁଜିଲେ

ମୁମ୍ବାଇ: ଅଭିନେତା ଓ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ପରଲୋକ ଘଟିଛି । ମୁମ୍ବାଇ କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ହାର୍ଟ ଆଟାକ୍ ଯୋଗୁଁ ୪୦ ବର୍ଷୀୟ ସିଦ୍ଧାର୍ଥ ଶୁକ୍ଲାଙ୍କର ଦେହାନ୍ତ ହୋଇଛି ।

ତେବେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ମେଡିସିନ୍ ଖାଇଥିଲେ କିନ୍ତୁ ପରେ ଆଉ ଉଠିନଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁ ହାର୍ଟ ଆଟାକରେ ହୋଇଥିବା ହସ୍ପିଟାଲରେ ସ୍ପଷ୍ଟ ହୋଇଛି ।

ସିଦ୍ଧାର୍ଥ ବିଗ୍ ବସ୍ ବିଜେତା ସହିତ ଲୋକପ୍ରିୟ ଟେଲି ଅଭିନେତା ଥିଲେ । ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ରେ ଜନ୍ମ ଗ୍ରହଣ କରିଥିଲେ । ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୪ରେ ସେ ଟିଭିରେ ଡେବ୍ୟୁ କରିଥିଲେ । ୨୦୦୮ରେ ବାବୁଲ କା ଆଙ୍ଗନ ଛୁଟେ ନା ଟିଭି ସିରିୟଲ ରେ ତାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ବାଳିକା ବଧୁ ସିରିୟଲ ସିଦ୍ଧାର୍ଥଙ୍କୁ ନୂଆ ପରିଚୟ ଦେଇଥିଲା । ସିଦ୍ଧାର୍ଥଙ୍କ ଅଚାନକ୍ ମୃତ୍ୟୁରେ ବଲିଉଡ ଓ ଟିଭି ଜଗତରେ ଶୋକ ଖେଳିଯାଇଛି । ଅନେକ ଅଭିନେତା ଓ ଅଭିନେତ୍ରୀମାନେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

Get real time updates directly on you device, subscribe now.