ଅଧିକ ସନ୍ତାନ ଜନ୍ମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଅଧିକ ସନ୍ତାନ ଥିବା ପରିବାରକୁ ଦିଆଯିବ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ସାଧାରଣ ଭାବେ ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଓ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଅନେକ ସମୟରେ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ ହୋଇଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ମାଧ୍ୟମରେ ଅନେକ ଗରିବ ଶ୍ରେଣୀର ଲୋକମାନେ ଉପକୃତ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବୟାନକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅଧିକ ସନ୍ତାନ ଜନ୍ମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ଅଧିକ ସନ୍ତାନ ଥିବା ପରିବାରକୁ ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦକ୍ଷିଣ ଭାରତୀୟ ରାଜ୍ୟର ଲୋକମାନେ ଅଧିକ ସନ୍ତାନ ଜନ୍ମ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡ଼ୁ ଆହ୍ୱାନ ଦେଇଛନ୍ତି । ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆନ୍ଧ୍ରପ୍ରଦେଶ ସରକର ଜନସଂଖ୍ୟା ପ୍ରବନ୍ଧନ ପାଇଁ ଯୋଜନା କରିବେ । ଏହି ଯୋଜନାରେ ଅଧିକ ସନ୍ତାନ ଥିବା ପରିବାରକୁ ଆର୍ôଥକ ସହାୟତା ଦିଆଯିବ । ରାଜ୍ୟ ସରକାର ଏଥିପାଇଁ ଏକ ବିଧେୟକ ଆଣିବାକୁ ଯୋଜନା କରୁଛନ୍ତି । ଏହା ଉପରେ ଆଇନ ଆଣିବା ପାଇଁ ବିଚାର ଚାଲିଛି । ଯାହା ଦ୍ୱାରା ଦୁଇରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ଓ ସ୍ଥାନୀୟ ନିର୍ବାଚନଗୁଡ଼ିକରେ ନିର୍ବାଚନ ଲଢ଼ିବା ନେଇ ବ୍ୟବସ୍ଥା ରହିବ । ପୂର୍ବରୁ ଏପରି ଆଇନ ରହିଥିଲା, ଯେଉଁଥିରେ ଅଧିକ ସନ୍ତାନ ଥିବା ଲୋକମାନେ ନିର୍ବାଚନ ଲଢ଼ି ପାରୁନଥିଲେ । ମାତ୍ର ତାହାକୁ ଆମେ ସମାପ୍ତ କରିଦେଇଛୁ ଓ ଏବେ ପୁଣି ତାହାକୁ ଲାଗୁ କରିବାକୁ ବିଚାର କରୁଛୁ । ଦକ୍ଷିଣୀ ରାଜ୍ୟ ବିଶେଷ କରି ଆନ୍ଧ୍ୟପ୍ରଦେଶରେ ବୃଦ୍ଧି ପାଉଥିବା ବୟସ୍କଙ୍କ ଜନସଂଖ୍ରା ଚିନ୍ତାର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।