fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏବେ ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ଭାବେ ଜଣା ଯିବ ଏହି ସ୍ଥାନ

ଆନ୍ଧ୍ରପ୍ରଦେଶର ରାଜଧାନୀକୁ ପରିବର୍ତ୍ତନ କରାଯାଇଛି। ଏହା ସହ ନୂତନ ରାଜଧାନୀର ନାମ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ। ସେ ବିଶାଖାପାଟନମକୁ ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ ବିଶାଖାପାଟନମ୍ ସହର ରାଜ୍ୟର ରାଜଧାନୀ ହେବାକୁ ଯାଉଛି।

ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ଯୋଜନା ଥିଲା ତିନୋଟି ରାଜଧାନୀ, ଯେଉଁଥିରେ ଅମରାବତୀ ବିଧାନସଭା ରାଜଧାନୀ, ବିଶାଖାପାଟନମ୍ କାର୍ଯ୍ୟନିର୍ବାହୀ ରାଜଧାନୀ ଏବଂ କୁର୍ନୁଲ୍ ନ୍ୟାୟିକ ରାଜଧାନୀ ଭାବରେ ନିର୍ମାଣ କରିବେ। ସିଏମ୍ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି ଦକ୍ଷିଣ ଆଫ୍ରିକା ମଡେଲ ମାଧ୍ୟମରେ ତିନୋଟି ରାଜଧାନୀ ସହିତ ପ୍ରଶାସନକୁ ବିକେନ୍ଦ୍ରୀକରଣ କରିବାକୁ ଚାହୁଁଥିଲେ ।

ଯାହା ପର୍ଯ୍ୟାୟକ୍ରମେ ହୋଇଛି । ବିଶାଖାପାଟନମକୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ କରିବାକୁ ସରକାର ଘୋଷଣା କରିଛନ୍ତି ।ଏହା ସହିତ ସେ ମଧ୍ୟ ବିଶାଖାପାଟନମକୁ ଖୁବ ଶୀଘ୍ର ସ୍ଥାନାନ୍ତରିତ ହେବାକୁ ଯାଉଛନ୍ତି ବୋଲି ଏକ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.