fbpx

Android ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ବର ପରେ ଏହି ଫୋନରେ କାମ କରିବ ନାହିଁ Googleର କୌଣସି ଆପ୍

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରୀଙ୍କ ପାଇଁ ଏକ ବଡ଼ ଖବର ସାମନାକୁ ଆସିଛି । ଏଣିକି ଗୁଗଲର କୌଣସି ଆପରେ ଆଣ୍ଡ୍ରଏଡ୍ ଭର୍ଜନ ସର୍ପୋଟ୍ କରିବ ନାହିଁ । ତେବେ ଏଥିରେ ଆଣ୍ଡ୍ରଏଡର ୨.୩.୭ ବର୍ଜନ ବା ଏହା ପୂର୍ବର ଆଣ୍ଡ୍ରଏଡ ଭର୍ଜନ ସାମିଲ ରହିଛି । ଏହାର ବିକଳ୍ପ ସ୍ୱରୂପ ୟୁଜର୍ସଙ୍କୁ ନିଜ ଫୋନର ବ୍ରାଉଜର ମାଧ୍ୟମରେ ଗୁଗଲ ସର୍ଚ୍ଚରେ ସାଇନ-ଇନ୍ କରିପାରିବେ । ଏହି ପରିବର୍ତ୍ତନ ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଠାରୁ ଲାଗୁ ହେବ । ଏନେଇ ସବିଶେଷ ସୂଚନା କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଜଣାପଡ଼ିଛି ।

୨୭ ସେପ୍ଟେମ୍ବର ପରେ ପୁରୁଣା ଆଣ୍ଡ୍ରଏଡ୍ ଭର୍ଜନରେ ଜି-ମେଲ, ୟୁ-ଟ୍ୟୁବ, ଗୁଗଲ ମ୍ୟାପ ସହ ଗୁଗଲର ଅନ୍ୟ ପ୍ରଡକ୍ଟ ଓ ସର୍ଭିସ୍ ସପୋର୍ଟ କରିବ ନାହିଁ । ଗୁଗଲ ପକ୍ଷରୁ ଏନେଇ ଆଣ୍ଡ୍ରଏଡର ପୁରୁଣା ଭର୍ଜନ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଖକୁ ଇ-ମେଲ ପଠାଯାଇଛି । ସେଥିରେ ଆଣ୍ଡ୍ରଏଡର ପୁରୁଣା ବର୍ଜନ ବନ୍ଦ କରିବାର କାରଣ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଡାଟାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ସେଥିପାଇଁ ଉପଭୋକ୍ତାଙ୍କ ନାମ କିମ୍ବା ପାସୱାର୍ଡ ସମ୍ପର୍କିତ ଏକ ସନ୍ଦେଶ ପଠାଯିବ ବୋଲି ଗୁଗଲ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.