Breaking: ଚକୋଲେଟ୍ ଭାବି ମୂଷା ମରା ଔଷଧ ଖାଇଦେଲେ ଅଙ୍ଗନବାଡି ପିଲା

ଚକୋଲେଟ୍ ବଦଳରେ ମୂଷା ମରା ଔଷଧ ଖାଇଦେଲେ ଅଙ୍ଗନବାଡି ପିଲା। ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସମସ୍ତ ପିଲା ହସ୍ପିଟାଲରେ ଭର୍ତ୍ତି।

ଢ଼େଙ୍କାନାଳ: ପୁଣି ଅଙ୍ଗନବାଡ଼ି କେନ୍ଦ୍ରରୁ ଆସିଲା ଅଭାବବନୀୟ ଘଟଣା। ମୂଷା ମରା ଔଷଧ ଖାଇଦେଲେ ଅଙ୍ଗନବାଡ଼ିର ଛୋଟ ଛୋଟ ପିଲା। ଏହି ମୂଷା ମରା ଔଷଧ ଖାଇ ଅଙ୍ଗନବାଡିର ପାଖାପାଖି ୬ ଜଣ ପିଲା ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହଁ ଚକୋଲେଟ୍ ଭାବି ମୂଷା ମରା ଔଷଧ ଖାଇଦେଇଛନ୍ତି ଅଙ୍ଗନବାଡିର ଛୋଟ ଛୋଟ ପିଲା। ଯାହାପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଜଙ୍ଗିରା ଅଙ୍ଗନବାଡି କେନ୍ଦ୍ରରେ। ଅଙ୍ଗନବାଡି କେନ୍ଦ୍ରର ଦିଦି ତାଙ୍କ ବ୍ୟାଗରେ ମୂଷା ମରା ଔଷଧ ରଖିଥିଲେ। ଏବଂ ଦିଦି ନ ଥିବା ବେଳେ ପିଲାମାନେ ଦିଦିଙ୍କ ବ୍ୟାଗ ଖୋଲି ଔଷଧ ଖାଇଦେଇଥିଲେ।

ଯେହେତୁ ଛୋଟ ଛୋଟ ପିଲା, ତେଣୁ ଔଷଧକୁ ଚକୋଲେଟ୍ ଭାବି ଦେଇଥିଲେ। ଆଉ ଚକୋଲେଟ୍ ଭାବି ଦିଦିଙ୍କ ବ୍ୟାଗରୁ ମୂଷା ମରା ଔଷଧ କାଢି ଖାଇଦେଇଥିଲେ ପାଖାପାଖି ୬ ଜଣ ପିଲା। ପରେ ଘଟଣା ଜଣା ପଡିବା ପରେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସମସ୍ତ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନେ ସୁସ୍ଥ ଥିବା ସୂଚନା  ମିଳିଛି।