ରାସ୍ତା ଉପରେ ମହିଳାଙ୍କ ହାଇଡ୍ରାମା, ସାଲାରୀ କଟିବାରୁ କ୍ଲର୍କଙ୍କୁ ଜୋତାରେ ନିର୍ଧୁମ ସେକିଲେ
ସାଲାରୀ କଟିବାରୁ ରାଗିଗଲେ ମହିଳା। ମାନିଲେନି ରାସ୍ତା ଘାଟ, କ୍ଲର୍କଙ୍କୁ ଜୋତାରେ ପିଟି ଚାଲିଲେ।
ଉତ୍ତରପ୍ରଦେଶ: ରାସ୍ତା ଉପରେ ହାଇଡ୍ରାମା କଲେ ମହିଳା। ସାଲାରୀ କଟିବାରୁ ରାଗିଯାଇ କ୍ଲର୍କଙ୍କୁ ଚପଲରେ ସେକିଦେଲେ। ଯେତେ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ଅଟକିଲେନି ମହିଳା।
ଯାହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ମହିଳା ଜଣକ କିପରି ରାସ୍ତା ଉପରେ ଜଣେ ପୁରୁଷଙ୍କୁ ଚପଲରେ ନିର୍ଧୁମ ପିଟୁଛନ୍ତି ତାହା ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆ: ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଆମେ ପ୍ରତିଦିନ କିଛି ନା କିଛି ଅଜବ ଜିନିଷ ଦେଖିବାକୁ ପାଇଥାଉ। ସମୟ ସମୟରେ ଏପରି ଘଟଣା ସାମ୍ନାକୁ ଆସେ ଯାହାକୁ ଦେଖିବା ପରେ ଲୋକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଏବଂ କିଛି ଲୋକ ନିଜ ହସକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ।
ଯଦି ଆପଣ ପ୍ରତିଦିନ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି, ତେବେ ଆପଣ ନିଶ୍ଚୟ ଏପରି ଅନେକ ଘଟଣା ଦେଖିଥିବେ। ସେହିପରି ଏବେ ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।
ଯେଉଁଥିରେ ଜଣେ ମହିଳା ଜଣେ କ୍ଲର୍କଙ୍କୁ ଜୋତାରେ ମାରୁଥିବାର ଦେଖାଯାଉଛି। ପ୍ରଥମେ ଆମେ ଆପଣଙ୍କୁ କହିବୁ ଭିଡିଓରେ କ’ଣ ଦେଖିବାକୁ ମିଳୁଛି।
ମହିଳା କ୍ଲର୍କଙ୍କୁ ପିଟୁଛନ୍ତି: ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ନଗର ପାଳିକାର ଜଣେ କ୍ଲର୍କ ତାଙ୍କର ଜଣେ ସହକର୍ମୀଙ୍କ ସହିତ ରାସ୍ତାରେ ଯାଉଛନ୍ତି ଏବଂ ତା’ପରେ ଜଣେ ମହିଳା ପଛରୁ ଆସି ତାଙ୍କୁ ମାଡ଼ ମାରିବା ଆରମ୍ଭ କରୁଛନ୍ତି।
ସେ ପ୍ରଥମେ କ୍ଲର୍କଙ୍କୁ ଠେଲି ଦେଉଛନ୍ତି କ୍ଲର୍କ ଜଣକ ତଲେ ପଡିଯାଉଛନ୍ତି। ଏହା ପରେ ମହିଳା ଜଣକ ପିନ୍ଧିଥିବା ନିଜ ଚପଲ ବାହାର କରନ୍ତି। ଏହିସମୟରେ କ୍ଲର୍କ ତାଙ୍କୁ କିଛି ବୁଝାଇବାକୁ ଚେଷ୍ଟା କରନ୍ତି କିନ୍ତୁ ମହିଳା ଜଣକ ତାଙ୍କ କଥା ଶୁଣନ୍ତି ନାହିଁ ଏବଂ ତାଙ୍କୁ ଚପଲରେ ପିଟିବା ଆରମ୍ଭ କରନ୍ତି।
ତେବେ ଭାଇରାଲ୍ ହେଉଥିବା ଭିଡ଼ିଓଟି ଉତ୍ତରପ୍ରଦେଶର ସମ୍ଭାଲର ବୋଲି କୁହାଯାଉଛି। ପ୍ରକୃତରେ କ୍ଲର୍କ ଜଣଙ୍କୁ ମାଡ଼ ମାରିଥିବା ମହିଳା ଜଣକ ନଗର ପାଳିକାର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ।
ମିଳିଥିବା ସୂଚନା ଅନୁଯାୟୀ, କ୍ଲର୍କ ସେହି ମହିଳାଙ୍କ ଦରମା କାଟି ଦେଇଥିଲେ। ଏହି କାରଣରୁ ମହିଳା ଜଣକ ରାଗିଯାଇ କ୍ଲର୍କଙ୍କୁ ରାସ୍ତା ଉପରେ ଚପଲରେ ପିଟିଥିଲେ।