fbpx

ଅନୁଗୁଳ ଟ୍ରିପଲ ମର୍ଡର ମାମଲା; ୨ ଦୋଷୀଙ୍କୁ ମିଳିବ ଫାଶି, ଦଣ୍ଡାଦେଶ କଲେ ଆଠମଲ୍ଲିକ ଏଡିଜେ କୋର୍ଟ

ଅନୁଗୁଳ: (ଓଡ଼ିଶା ଭାସ୍କର) ଟ୍ରିପଲ ମର୍ଡର ମାମଲାରେ ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ କଲେ ଆଠମଲ୍ଲିକ ଏଡିଜେ କୋର୍ଟ । ଦୋଷୀ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରାକୁ ଫାଶି ଣ୍ଡାଦେଶ । ୨୦୧୭ରେ ଘଟିଥିଲା ଏହି ମର୍ଡର । ଦେଢ଼ ଲକ୍ଷ ଟଙ୍କା ନେବାକୁ ସ୍ୱାମୀ, ସ୍ତ୍ରୀ ଓ ୪ ବର୍ଷର ପୁଅକୁ ବୀଭତ୍ସ ହତ୍ୟା କରିଥିଲେ ଉଭୟ ନନ୍ଦ କିଶୋର ଓ ପ୍ରକାଶ । କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ଘଟିଥିଲା ଏପରି ଅଚିନ୍ତନୀୟ ଅପରାଧ ।

ଦେଢ଼ ଲକ୍ଷ ଟଙ୍କା ପାଇଁ ସଇତାନ ପଲଟିଥିଲେ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା । ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଏହି ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ନନ୍ଦକିଶୋର ସେଠୀ ଓ ପ୍ରକାଶ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ।

Get real time updates directly on you device, subscribe now.