fbpx

ଝାରପଡା ଜେଲରେ ଅଞ୍ଜନା ମିଶ୍ର

ଝାରପଡା,୩ ।୩(ଓଡିଶା ଭାସ୍କର): ଝାରପଡା ଜେଲ ପରିସରରେ ଆଜି ପହଞ୍ଚିଛନ୍ତି ଅଞ୍ଜନା ମିଶ୍ର । ବହୁ ଚର୍ଚ୍ଚିତ ବାରଙ୍ଗ ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ପାଇଁ ସେ ଜେଲ ପରିସରରେ ପହଞ୍ଚିଛନ୍ତି । ଏବେ ଝାରପଡା ଜେଲରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ । ଆଉ କିଛି ସମୟ ମଧ୍ୟରେ ଟିଆଇ ପରେଡ ଆରମ୍ଭ ହେବ । ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଟିଆଇ ପରେଡ ହେବ ।

ତେବେ ଜେଲ ପରିସରକୁ ଯିବା ପୂର୍ବରୁ ଅଭିଯୁକ୍ତ ବିବନକୁ ଚିହ୍ନିବାକୁ ଚେଷ୍ଟା କରିବି ବୋଲି ଅଞ୍ଜନା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ଦୀର୍ଘ ୨୨ ବର୍ଷ ପରେ ଗିରଫ ହୋଇଛି । ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ବିବନ ମହାରାଷ୍ଟ୍ର ପୁଣେରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ । ବିବନ ଧରାପଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା ।

Get real time updates directly on you device, subscribe now.