fbpx

ଏବେ ମଦ ଦୋକାନ ପାଇଁ ଲଟେରୀ

ଏବେ ମଦ ଦୋକାନ ର ଲାଇସେନ୍ସ ଲଟେରୀ ମାଧ୍ୟମରେ ମିଳିବ। ପୁରୁଣା ଲାଇସେନ୍ସ ର ନବୀକରଣ ହେବ ନାହିଁ । ଏ ନେଇ ନୂଆ ନିର୍ଦ୍ଦେଶାନାମା ଜାରି କରିଛି ଅବକାରୀ ବିଭାଗ । ତେବେ ଏହି ନୂଆ ନିର୍ଦ୍ଦେଶାନାମ ଦ୍ୱାରା ଏବେ ମଦ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।
ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାନାମା ଅନୁସାରେ , ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇବା ପରେ ଏହାର ବୈଧତା ୫ ବର୍ଷ ରହିବ। ତେବେ ନୂଆ ନିୟମ ଆସିବା ପରେ ପୁରୁଣା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ ହେବ। ନୂଆ ଲାଇସେନ୍ସ ପାଇବାକୁ ହେଲେ ଲଟେରି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ।

Get real time updates directly on you device, subscribe now.