fbpx

ୱେବସିରିଜ୍ ନିର୍ମାଣକୁ ଅଞ୍ଜନାଙ୍କ ବିରୋଧ: କହିଲେ ବନ୍ଦ ନହେଲେ ଆଇନର ଆଶ୍ରୟ ନେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେଉଛି ଏକ ୱେବ ସିରିଜ୍ ବାରଙ୍ଗ -୧୯୯୯ । ତେବେ ତାଙ୍କ ଅଜାଣତରେ ୱେବସିରିଜ୍ ନିର୍ମାଣ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଜନା ମିଶ୍ର । ୱେବ୍ ସିରିଜ୍ ନିର୍ମାଣକାରୀ ସଂସ୍ଥା ଏ ବିଷୟରେ ତଙ୍କ ସହ କଥା ହୋଇ ନାହାନ୍ତି କି ତାଙ୍କର ଅନୁମତି ନେଇନାହାନ୍ତି ।

ତାଙ୍କ ଜୀବନ କାହାଣୀକୁ ନେଇ ନିମାଣକାରୀ ସଂସ୍ଥା ୱେବସିରିଜ୍ ତିଆରି କରୁଥିବା ସମ୍ପର୍କରେ ସେ ଖବରକାଗଜରୁ ଜାଣିବାକୁ ପାଇଛନ୍ତି । ନିର୍ମାଣ କରାଯାଉଥିବା ୱେବସିରିଜ୍ ତୁରନ୍ତ ବନ୍ଦ ନକଲେ ସେ ଆଇନର ଆଶ୍ରୟ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ ଅଞ୍ଜନା ମିଶ୍ରଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ଦେଇ ୱେବ୍ ସିରିଜ ନିର୍ମାତା ଅକ୍ଷୟ ପରିଜା କହିଛନ୍ତି ‘ବାରଙ୍ଗ ୧୯୯୯’ ଏଭଳି ଏକ ବିଷୟ ଉପରେ ଆଧାରିତ, ଯେଉଁଠାରେ ଦର୍ଶକ ନିଜକୁ ଖୋଜି ପାଇବେ । ଏହି ବିଷୟ କାହାରି ବ୍ୟକ୍ତିଗତ ଘଟଣାକୁ ନେଇ କରାଯାଇନି । ଯେଉଁଥିରେ କି ନ୍ୟାୟ ବ୍ୟବସ୍ଥା ଓ ପୋଲିସ ବ୍ୟବସ୍ଥାର ଶକ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଛି । କିପରି ଏହା ଜରିଆରେ ଗରିବ ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ହୁଏ, ତାହାକୁ ନେଇ ଏହି କାହାଣୀ କରାଯାଇଛି ।

 

 

Get real time updates directly on you device, subscribe now.