fbpx

ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା : ଆସନ୍ତା ୯ରେ ହେବ ବନକଲାଗି ନୀତି

ପୁରୀ : ଚଲିଥିବା ବାଦବିବାଦର ଅନ୍ତ ହୋଇଛି । ଆସନ୍ତା ୯ରେ ମହାପ୍ରଭୁଙ୍କର ବନକଲାଗି ନୀତି ହେବା ନେଇ ନିଷ୍ପତି କରାଯାଇଛି । ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଦତ୍ତମହାପାତ୍ର ନିଯୋଗ ଏବଂ ମନ୍ଦିରର ପ୍ରଶାସନ ମଧ୍ୟରେ ବନଲାଗି ନୀତିକୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିଲା । ଯାହାଫଳରେ ନୀଳାନ୍ଦ୍ରିବିଜେ ପରଠାରୁ ଏହି ନୀତିଟି ପାଳନ କରାଯାଇ ପରିନଥିଲା । ଅନ୍ୟପଟେ ବନକଲାଗି ବୁଧବାର କିମ୍ବା ଗୁରୁବାର କରିବାକୁ ଉଲ୍ଲେଖ୍‍ ଥିବାରୁ ଦତ୍ତମହାପାତ୍ର ସେବକମାନେ ଏହାକୁ ଗୁରୁବାର ସମ୍ପନ୍ନ କରିବାକୁ ଯୁକ୍ତି ବାଢ଼ିଛନ୍ତି । ଏହାକୁ କେନ୍ଦ୍ରକରି ସମ୍ପୃକ୍ତ ସେବକ ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଭିତରେ ମତଭେଦ ଦେଖାଦେଇଛି । ଯାହାଫଳରେ ନୀଳାଦ୍ରିବିଜେ ପରଦିନ ହେବାକୁ ଥିବା ବନକଲାଗି ନୀତି ଇତି ମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ସମ୍ପନ୍ନ ହୋଇପାରିନାହିଁ ।

ପରି ଶେଷରେ ଦୀର୍ଘ ମାସେ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । ଆସନ୍ତା ୯ ତାରିଖ ଅର୍ଥାତ ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.