fbpx

ଆପଲ୍‌ ସିଇଓଙ୍କ ବାର୍ଷିକ ଆୟ ଜାଣିଲେ ଉଡିଯିବ ହୋସ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନି ଆପଲ୍‌ର ସିଇଓ ଟିମ୍‌ କୁକ୍‌ଙ୍କ ଆୟ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆମେରିକାର ପୁଞ୍ଜି ବଜାର ନିୟାମକ ସଂସ୍ଥା ଏସଇସିକୁ କମ୍ପାନି ପକ୍ଷରୁ ତାଙ୍କ ଆୟ ସମ୍ପର୍କରେ ସୂଚନା ଦିଆଯାଇଛି । ୨୦୨୧ରେ ସେ ଦରମା, କମ୍ପାନି ସେୟାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଆକାରରେ ପ୍ରାୟ ୭୩୩ କୋଟି ଟଙ୍କା (୯୮.୭ ନିୟୁତ ଡଲାର) ପାଇଛନ୍ତି ।

ଏହା ପୂର୍ବରୁ ୨୦୨୧ରେ ତାଙ୍କୁ ମୂଳ ଦରମା ଭାବେ ୨୨.୩୦ କୋଟି ଟଙ୍କା, କମ୍ପାନିର ଆର୍ଥିକ ଓ ପରିବେଶ ଲକ୍ଷ୍ୟକୁ ହାସଲ କରିପାରିଥିବାରୁ ୮୯.୨୦ କୋଟି ଟଙ୍କା ଦିଆଯାଇଛି। ୨୦୨୦ରେ କୁକ୍‌ଙ୍କ ଆୟ ୧୦୪ କୋଟି ଟଙ୍କା (୧୪ ନିୟୁତ ଡଲାର) ଥିଲା। ୨୦୨୦ ତୁଳନାରେ ୨୦୨୧ରେ ତାଙ୍କ ଆୟ ୭ ଗୁଣରୁ ଅଧିକ ବୃଦ୍ଧି ଘଟିଛି । ଏହା ବ୍ୟତୀତ ଘରୋଇ ଜେଟ୍‌ରେ ଯାତ୍ରା, ଛୁଟି କଟାଇବା ଆଦି ପାଇଁ ତାଙ୍କୁ ପ୍ରାୟ ୧୦.୩୩ କୋଟି ଟଙ୍କା ଦିଆଯାଇଛି।

ତାଙ୍କୁ ୬୧୩ କୋଟି ଟଙ୍କା ମୂଲ୍ୟର କମ୍ପାନି ସେୟାର ମଧ୍ୟ ମିଳିଛି । ଆପଲ୍ ଏହାର ସିଇଓଙ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଯାତ୍ରୀବାହୀ ବିମାନରେ ଯାତ୍ରା କରିବା ଅନୁମତି ଦିଏନାହିଁ । ୨୦୨୧ରେ କୁକ୍‌ଙ୍କ ଆୟ କମ୍ପାନିର ଅନ୍ୟ ସାଧାରଣ କର୍ମଚାରୀଙ୍କ ହାରାହାରି ଆୟ ତୁଳନାରେ ୧୪୪୭ ଗୁଣା ଅଧିକ ରହିଛି । କମ୍ପାନିର କର୍ମଚାରୀଙ୍କ ହାରାହାରି ବାର୍ଷିକ ଆୟ ୫୦.୬୬ ଲକ୍ଷ ଟଙ୍କା ଅଛି।

Get real time updates directly on you device, subscribe now.