fbpx

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୩ ଆକ୍ରାନ୍ତ

ଭୁବନେଶ୍ୱର,୨୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି ଆଉ ୫୩ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମର ୩୦, ଯାଜପୁରର ୧୮, ଖୋର୍ଦ୍ଧାର ୩, କେନ୍ଦୁଝରର ୨ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଚିକିତ୍ସା ପରେ ମୋଟ ୫୫୦ ଜଣ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.