fbpx

ଆମେରିକାରେ ପୁଣି ମାଡ, ୨୨ ଜଣଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ : ଆମେରିକାରେ ଗୁଳି ଚାଳନା ଘଟଣା ବନ୍ଦ ହେଉ ନାହିଁ । ବର୍ତ୍ତମାନ ଏକ ଘଟଣା ପୁଣି ସେଠାରେ ଘଟିଥିବା ଦେଖିବାକୁ ମିଳିଛି । ତେବେ ଆମେରିକା ଗଣମାଧ୍ୟରେ ପ୍ରକାଶ ପାଇଥିବା ଖବର ଅନୁସାରେ ଲେବିଷ୍ଟନରେ ବ୍ୟବସାୟ ଉପରେ ସାମୁହିକ ଗୁଳିଚାଳନା ହୋଇଥିଲା । ଏଥିରେ ପାଖାପାଖି ୧୬ ଜଣ ଲୋକ ମୃତ୍ୟୁ ବରଣ କରିଥିଲେ । ଏବଂ ଅନେକ ଲୋକ ଆହତ ହୋଇଥିଲେ । ତେବେ ମୃତ୍ୟୁ ସଂଖା ଆହୁରି ବଢିବାର ସମ୍ଭାବନା ରହିଛି । ତେବେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଅନେକଲୋକଙ୍କ ଅବସ୍ଥା ଗୁରୁତର ରହିଛି ।

ପୋଲିସର ସୂଚନା ଅନୁସାରେ ବୁଧବାର ରାତିରେ ଜଣେ ଲୋକ ଗୁଳିଚଳାଇଥିଲା । ଆଣ୍ଡ୍ରୋସ୍କୋଗିନ କାଉଣ୍ଟି ସରିଫ କାର୍ଯ୍ୟାଳୟ ସନ୍ଦିଗ୍ଧର ଦୁଇଟି ଫଟୋ ଏକ୍ସରେ ପୋଷ୍ଟ ହୋଇଛି । ଏବଂ ଏଥିରେ କୁହା ଯାଇଛି ଏହି ଲୋକ ଫେରାର ଅଛି ।

ଫଟୋରେ ଦେଖିବାକୁ ମିଳିଛି ଲୋକଟି ଲମ୍ବା ହାତର ଟିସାର୍ଟ ପିନ୍ଧିଛି । ଦାଢି ରଖିଛି । ଜିନ୍ସ ପିନ୍ଧି ରାଇଫଲ ଧରି ଗୁଳିଚାଳନା କରିଛି । ତେବେ ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ପୋଲିସ ଏହି ଘଟଣା ଘଟାଇଥିବା ବ୍ୟକ୍ତିର ଫଟୋକୁ ସୋସିଆଲ ମିଡିଆରେ ଛାଡି ଲୋକମାନଙ୍କ ସାହାଯ୍ୟ ମାଗିଛି । ଆଣ୍ଡ୍ରୋସ୍କୋଗିନ କାଉଣ୍ଟ ସରିଫ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି ଆମେ ଏହି ଘଟଣାର ତଦନ୍ତ କରୁଛି । ଯେଉଁମାନଙ୍କର ପ୍ରତିଷ୍ଠାନ ଏଠାରେ ଅଛି ସେମାନେ ଏହାକୁ କିଛି ସମୟ ପାଇଁ ବନ୍ଦ କରିବାକୁ କହିଛନ୍ତି ।

Get real time updates directly on you device, subscribe now.