ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା, ଦେହରେ ନିଆଁ ଲାଗି ଜଳିଗଲେ ଆଉ ଜଣେ ମହିଳା

ଦେହରେ ନିଆଁ ଲାଗିବାରୁ ୭୦ ପ୍ରତିଶତ ଜଳିଗଲେ ମହିଳା।

ବାଲେଶ୍ୱର: ପୁଣି ବାଲେଶ୍ୱର, ପୁଣି ନିଆଁ, ଆଉ ପୁଣି ଜଣେ ମହିଳା। ହଁ ଆଜ୍ଞା ପୁଣିଥରେ ଜଣେ ମହିଳାଙ୍କ ଦେହରେ ଲାଗିଛି ଭୟଙ୍କର ନିଆଁ। ତାହା ପୁଣି ସେହି ବାଲେଶ୍ୱର ଜିଲ୍ଲାରେ।

ଫଳରେ ମହିଳା ଜଣଙ୍କର ଶରୀର ପାଖାପାଖି ୭୦ ପ୍ରତିଶତ ଜଳିଯାଇଥିବା ସୂଚନା ମିଳିଛି। ପିଡୀତା ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଏ ହେଉଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଏଡିଏମ୍ ଛକର ଘଟଣା। ହେଲେ ମହିଳାଙ୍କ ଦେହରେ କେମିତି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ତେବେ ଏଇ ସପ୍ତାହରେ ବାଲେଶ୍ୱରର FM କଲେଜ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶୀ କଲେଜ ପରିସର ଭିତରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଘଟଣା ତ ପଲ୍ଲୀରୁ ଦିଲ୍ଲୀ କାହାକୁ ଅଛପା ନାହିଁ।

ଯାହାଙ୍କ ମୃତ୍ୟୁ ପରେ ଏବେ ପୁରା ଓଡ଼ିଶା ଉଠୁଛି ପଡୁଛି। ଆଉ ଏହାରି ଭିତରେ ପୁଣିଥରେ ସେହି ବାଲେଶ୍ୱରରୁ ଆଉ ଏକ ମହିଳାଙ୍କ ଦେହରେ ନିଆଁ ଲାଗି ୭୦ ପ୍ରତିଶତ ପୋଡି ହୋଇଯିବା ଘଟଣା ସାମ୍ନାକୁ ଆସିଛି।