fbpx

XBB Sub-Variant ପାଇଁ ପୁଣି ଆସିପାରେ କରୋନାର ଏକ ନୂଆ ଲହର: ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ କରୋନା ଭାଇରସ୍ ନିଜ କବଳରେ ରଖିଆସିଛି । ନିକଟରେ ଭାଇରସର ପ୍ରକୋପ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପରମୁହାଁ ହୋଇ ଉଠିଛି । ବିଭିନ୍ନ ଦେଶରେ ନୂଆ ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ତେବେ ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଏକ୍ସବିବିକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହି ଭାରିଆଣ୍ଟ ପାଇଁ କରୋନାର ଏକ ନୂଆ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି ।

ହୁ ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥ କହିଛନ୍ତି, ସାର୍ସ-କୋଭ-୨ ଭାଇରସର ଓମିକ୍ରନ ସ୍ୱରୂପର ସବ୍ ଭାରିଆଣ୍ଟ ଏକ୍ସବିବି କିଛି ଦେଶରେ ସଂକ୍ରମଣ ବୃଦ୍ଧି କରାଯାଉଛି । ଏହି ସବ୍ ଭାରିଆଣ୍ଟ କାରଣରୁ ପୁଣି ଥରେ କରୋନାର ଏକ ନୂଆ ଭାଇରସ୍ ସାମ୍ନାକୁ ଆସିପାରେ । ଏହି ଭାଇରସ୍ କ୍ଲିନିକାଲ କ୍ଷେତ୍ରରେ କେତେ ମାତ୍ରାରେ ଗମ୍ଭୀର ତା’ର ସମ୍ପୂର୍ଣ୍ଣ ଡାଟା ବର୍ତ୍ତମାନ ସୁଦ୍ଧା କୌଣସି ଦେଶରୁ ଆସିନାହିଁ ।

ଓମିକ୍ରନର ୩୦୦ରୁ ଅଧିକ ସବ୍ ଭାରିଆଣ୍ଟ ରହିଛନ୍ତି । ଏନେଇ ଚିନ୍ତା କରିବା ଆବଶ୍ୟକତା ରହିଛି । ଏକ୍ସବିବି ଏକ ପୁନଃ ସଂଯୋଜିତ ଭାଇରସ୍ ଅଟେ । ପୂର୍ବରୁ ମଧ୍ୟ କିଛି ପୁନଃ ସଂଯୋଜିତ ଭାଇରସ ସାମ୍ନାକୁ ଆସିଥିଲା । ଏହା ପ୍ରତିରକ୍ଷା ଶକ୍ତିକୁ ମଧ୍ୟ ମାତ୍ ଦେବାର କ୍ଷମତା ରଖିଥାଏ । ଏହା ଉପରେ ଆଣ୍ଟିବଡିର କୌଣସି ପ୍ରଭାବ ପଡ଼େ ନାହିଁ । ତେଣୁ ଧୀରେଧୀରେ ଏକ୍ସବିବି ସବ୍ ଭାରିଆଣ୍ଟ ଯୋଗୁଁ କିଛି ଦେଶରେ ସଂକ୍ରମଣର ଏକ ନୂଆ ଲହର ଦେଖିବାକୁ ମିଳିଲାଣି ।

Get real time updates directly on you device, subscribe now.