ସତର୍କ ରୁହ…ମାଡ଼ିଆସୁଛି ଝଡ଼ବର୍ଷା, କାଲିଠୁ ଆଉ ଏକ ବଡ଼ ଲଘୁଚାପ; ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ ଜାରି

କାଲି ସୁଦ୍ଧା କେନ୍ଦ୍ରିୟ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆହୁରି 4 ଦିନ ପ୍ରବଳ ବର୍ଷିବ । ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।

ଭୁବନେଶ୍ବର: କାଲି ସୁଦ୍ଧା କେନ୍ଦ୍ରିୟ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଧିରେ ଧିରେ ପଶ୍ଚିମ ଆଡ଼କୁ ଗତି କରିବ । 26 ତାରିଖ ସୁଦ୍ଧା ଘନୀଭୂତ ହୋଇ ଏହା ଅବପାତର ରୂପ ନେବ । 27 ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଅତିକ୍ରମ କରିବ ।

ଲଘୁଚାପ ପ୍ରଭାବରେ ଆହୁରି 4 ଦିନ ବର୍ଷା ସମ୍ଭାବନା ରହିଛି । ସାରା ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।

କାଲି ପାଇଁ କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାତୁ ଅରେଞ୍ଚ ୱାର୍ଣ୍ଣିଂ ସହ ମାଲକାନାଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଗଞ୍ଜାମ, ଗଜପତି, ବାଲେଶ୍ବରକୁ ମଧ୍ୟ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷାର ସମ୍ଭାବନା ଅଛି । 28 ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟ ଯିବାକୁ ବାରଣ କରାଯାଇଛି ।