fbpx
BJD
BJD SKY
BJD SKY

ଭାରୋତ୍ତୋଳନରେ ଭାରତକୁ ଆଉ ଏକ ପଦକ, ଏହି ଖେଳାଳି ଜିତିଲେ ବ୍ରୋଞ୍ଜ ମେଡାଲ

BJD

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି । ୱେଟଲିଫ୍ଟର ଲବପ୍ରୀତ ସିଂହ ବୁଧବାର ୧୦୯ କେଜି ବର୍ଗରେ ଆଜି ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏପର୍ଯ୍ୟନ୍ତ ଏହା ଭାରତର ୧୪ ତମ ମେଡାଲ, ଏବଂ ଏହା ଚତୁର୍ଥ ବ୍ରୋଞ୍ଜ ମେଡାଲ । ଲବପ୍ରୀତି ସିଂହ ସ୍ନାଚ ରାଉଣ୍ଡରେ ୧୬୩ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କ ରାଉଣ୍ଡରେ ୧୯୨ କେଜି ଉଠାଇଥିଲେ ।

ତେବେ ମୁକାବିଲାରେ କ୍ୟାମେରୁନର ଖେଳାଳୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି, ସେ ୩୬୧ କେଜି ଭାର ଉଠାଇଥିଲେ, ସେହିପରି ସ୍ୟାମୁଆର ଖେଳାଳୀ ୩୫୮ କେଜି ଭାର ଉଠାଇ ସିଲଭର୍ ଜିତିଛନ୍ତି ।

୨୪ ବର୍ଷୀୟ ଲବପ୍ରୀତ୍ ଏସିଆନ ଜୁନିୟର ଚାମ୍ପିୟନସିପ୍ ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ, ଏବଂ କମନୱେଲଥ ଜୁନିୟର ଚାମ୍ପିୟନ ରହିଥିଲେ ।

ଏପର୍ଯ୍ୟନ୍ତ ଭାରତକୁ ସମୁଦାୟ ୧୩ ପଦକ ମିଳିଛି, ଏବଂ ଏଥିରେ ସବୁଠୁ ଅଧିକ ୱେଟଲିଫ୍ଟିରୁ ପଦକ ମିଳିଛି । ୧୩ ମଧ୍ୟରୁ ସମୁଦାୟ ୮ ମେଡାଲ ୱେଟଲିଫ୍ଟିଂରେ ମିଳିଛି ଯେଉଁଥିରେ ୩ ଗୋଲ୍ଡ ମେଡାଲ ମଧ୍ୟ ରହିଛି ।

Get real time updates directly on you device, subscribe now.