fbpx
BJD SKY
BJD SKY

ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ, ଏହି ବିଭାଗରେ ପଡିବ ସବୁଠୁ ଖରାପ ପ୍ରଭାବ

BJD

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଗୁଗୁଲର କର୍ମଚାରୀମାନେ ପୁଣି ଥରେ ବିଶ୍ୱବ୍ୟାପୀ ଛଟେଇର ଶିକାର ହୋଇଛି। ଗତ ବର୍ଷ ଆରମ୍ଭରେ ମଧ୍ୟ କମ୍ପାନୀ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲା। ଗୁଗୁଲ ଘୋଷଣା କରିଛି ଯେ ଏହାର ଅନେକ ବିଭାଗରୁ ଶହ ଶହ କର୍ମଚାରୀଙ୍କୁ ଛଟେଇ କରାଯାଇଛି।

ଏହାର ହାର୍ଡୱେୟାର, କୋର ଇଞ୍ଜିନିୟରିଂ ଏବଂ ଗୁଗୁଲ ଆସିଷ୍ଟାଣ୍ଟ ଟିମରେ ଛଟେଇ ହେବ ବୋଲି କମ୍ପାନୀ ଘୋଷଣା କରିଛି। ଗୁଗୁଲର ଡିଭାଇସ୍ ଆଣ୍ଡ ସର୍ଭିସ ଟିମର କିଛି ଭୂମିକା ହ୍ରାସ କରାଯାଉଛି। ଗୁଗୁଲର ଭଏସ୍-ଆକ୍ଟିଭେଟ୍ ଗୁଗୁଲ୍ ଆସିଷ୍ଟାଣ୍ଟ ସଫ୍ଟୱେୟାରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନାମ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି। ଏହି ଟିମରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀଙ୍କୁ ବରଖାସ୍ତ କରାଯାଉଛି।

ରଏଟର୍ସ ଏବଂ ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆଲଫାବେଟ୍ ଇନ୍କୋର ମାଲିକାନା ଥିବା ଗୁଗୁଲ୍ କହିଛି ଯେ, ହାର୍ଡୱେର୍ ଟିମରେ ଅଗମେଣ୍ଟେଡ୍ ରିଏଲିଟି ଉପରେ କାମ କରୁଥିବା ଟିମ ମଧ୍ୟ ଛଟେଇର ଶିକାର ହେବେ। ଏହା ବ୍ୟତୀତ କେନ୍ଦ୍ରୀୟ ଇଞ୍ଜିନିୟରିଂ ଟିମରୁ କିଛି ଲୋକଙ୍କୁ ମଧ୍ୟ ବାହାର କରାଯିବ। ସୂଚନା ଅନୁଯାୟୀ, ୨୦୨୩ ବର୍ଷର ତ୍ରୟ ମାସିକରୁ ଏହି ଛଟେଇ ପ୍ରକ୍ରିୟା ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.