fbpx

OSSTET ପରୀକ୍ଷା ପାଇଁ ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ

ଭୁବନେଶ୍ବର: OSSTET ପରୀକ୍ଷା ପାଇଁ ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ କାର୍ଡ । OSSTET ହେଉଛି ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା । ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ପରୀକ୍ଷାର୍ଥୀ । ବୋର୍ଡ ପକ୍ଷ ରୁ ଏହି ପରୀକ୍ଷା ୧୯ ଜାନୁୟାରୀ ଠାରୁ ଆରମ୍ଭ ହେଉଛି । ରାଜ୍ୟରେ ୪୭ ହଜାର ୭୮୪ ପରୀକ୍ଷାର୍ଥୀ ୧୬୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଯାଉଛନ୍ତି ।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ଅନୁଷ୍ଠିତ ହେବ। ବିଏସ୍‌ଇ ଦ୍ବାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପେପର୍‌ ଏବଂ ଦ୍ୱିତୀୟ ପେପର ଉକ୍ତ ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧୨ଟା ୩୦ ଯାଏ ଚାଲିବ। ପରୀକ୍ଷା ପାଇଁ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେଉଛି । ବୋର୍ଡ ୱେବ୍‌ସାଇଟ୍‌ରେ ନିଜ ପଞ୍ଜୀକରଣ ନମ୍ବର କିମ୍ବା ଇମେଲ୍‌ ଆଇଡି ଦ୍ୱାରା ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ପରୀକ୍ଷାର୍ଥୀ ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ଗତ ୧୬ ତାରିଖରେ ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା।

 

Get real time updates directly on you device, subscribe now.