fbpx
BJD SKY
BJD SKY

OAS ଅଧିକାରୀ ସ୍ତରରେ ଅଦଳବଦଳ: CMC ଜଏଣ୍ଟ କମିଶନର ହେଲେ ଇପସିତା ପ୍ରିୟଦର୍ଶିନୀ ମିଶ୍ର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଲଙ୍କେଶ୍ୱର ଅମତାଙ୍କୁ ଯାଜପୁର ଜିଲ୍ଲା କଳିଙ୍ଗନଗରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି କେଉଁଝର ସବ-କଲେକ୍ଟର ରାମଚନ୍ଦ୍ର କିସକୁ କେଉଁଝର ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଭାବେ ଟ୍ରାନ୍ସଫର ହୋଇଛନ୍ତି । କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି), କଟକର ଜଏଣ୍ଟ କମିଶନର ଅନିତା ପାତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ବଦଳି ହୋଇଛନ୍ତି । ବାରିପଦା ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ କେଉଁଝର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।

ପିଆର ଆଣ୍ଡ ଡିଡବ୍ଲ୍ୟୁ ବିଭାଗର ଜଏଣ୍ଟ ସେକ୍ରେଟାରୀ ତ୍ରିଲୋଚନ ମହାନ୍ତିଙ୍କୁ କେଉଁଝର ସବ-କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ମହାନ୍ତିଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଜଏଣ୍ଟ ସେକ୍ରେଟାରୀ ଭାବେ ନିଯୁକ୍ତିକୁ ବାତିଲ୍ କରାଯାଇଛି । ସୁବର୍ଣ୍ଣପୁର ସବ-କଲେକ୍ଟର ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସିଏମସି, କଟକର ଜଏଣ୍ଟ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ରାଉରକେଲା ମ୍ୟୁନିସିପାଲ କର୍ପୋରେସନ (ଆରଏମସି)ର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇଙ୍କୁ ଗଞ୍ଜାମ ଡିୟୁଡିଏ ପିଡି ଭାବେ ବଦଳି କରାଯାଇଛି ।

କେଉଁଝର ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ପଲ୍ଲବୀ ନାୟକଙ୍କୁ ଆରଏମସି ରାଉରକେଲାର ଜଏଣ୍ଟ କମିଶନର ଭାବେ ପୋଷ୍ଟିଂ ଦିଆଯାଇଛି । ବରଗଡ଼ ବିଡିଓ ସୁରଜ କୁମାର ପଟ୍ଟନାୟକଙ୍କୁ ସୁବର୍ଣ୍ଣପୁର ସବ-କଲେକ୍ଟର ଭାବେ ପୋଷ୍ଟିଂ ଦିଆଯାଇଛି । ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ଗଞ୍ଜାମ, ବ୍ରହ୍ମପୁର ସିଡିଏମଓ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ଭାବେ ପୋଷ୍ଟିଂ ଦିଆଯାଇଛି । ସିଏମସି କଟକର ଡେପୁଟି କମିଶନର ଅମ୍ରିତ ସର୍କାରଙ୍କୁ କୋରାପୁଟ ଅତିରିକ୍ତ ସବ-କଲେକ୍ଟର ଭାବେ ପୋଷ୍ଟିଂ ଦିଆଯାଇଛି । କେଉଁଝର ମ୍ୟୁନିସିପାଲିଟି, କେଉଁଝରର କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟଙ୍କୁ ବାରିପଦା ମ୍ୟୁନିସିପାଲିଟି, ବାରିପଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.