fbpx

‘ବିଶ୍ଵାସ’ କଲେଜରେ ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ

ଓଡ଼ିଶା ଭାସ୍କର: ଛତାବର ସ୍ଥିତ ବିଶ୍ଵାସ କଲେଜରେ ନବାଗତ ନର୍ଶିଙ୍ଗ ଛାତ୍ରଛାତ୍ରୀ ମାନଙ୍କର ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଅଛି । ଏହା ତିନି ଦିନ ପର‌୍ୟ୍ୟନ୍ତ ଚାଲୁ ରହିବ । ଏହି କାଯ୍ୟକ୍ରମକୁ ବିଶ୍ଵାସ ଗୃପର ଅଧ୍ୟକ୍ଷ ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡଇ ଉଦ୍ଘାଟନ କରିଥିଲେ। ଏବଂ ପିଲାନମାନଙ୍କର ନର୍ଶିଙ୍ଗ ଶିକ୍ଷା ଉପରେ ଗୁରୁତ୍ଵାରପ କରିଥିଲେ। ସମ୍ପାଦିକା, ଶ୍ରୀମତୀ ନନ୍ଦିନୀ ଘଡାଇ ପିଲାମାନଙ୍କୁ ଶୃଙ୍ଖଳିତ ଏବଂ ଚରିତ୍ରବାନ ହେବାକୁ ଉପଦେଶ ଦେଇଥିଲେ। ନିର୍ଦେଶକ ଡକ୍ଟର ଏଲଏନ ପଣ୍ଡା ଅଭିଭାବକ ମାନଙ୍କୁ ସାଧୁବାଦ ଜଣାଇଥିଲେ। ଏବଂ ପିଲାମାନଙ୍କୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ଅଧ୍ୟକ୍ଷା ଶ୍ରୀମତୀ ସତ୍ୟଭାମା ମିଶ୍ର ପିଲାମାନଙ୍କୁ ପାଠ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଶେଷରେ ଅଧ୍ୟକ୍ଷପାରାମେଡିକାଲ ଡକ୍ଟର ଅଭୟ କୁମାର ବାହିନୀ ପତି ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,ଅନ୍ୟାନ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ।

Get real time updates directly on you device, subscribe now.