fbpx

କୁବେର ଯନ୍ତ୍ରୀଙ୍କ ଆଉ ୧.୪୧ କୋଟି ଟଙ୍କା ଓ ସୁନା ଠାବ, ଦ୍ୱିତୀୟ ପତ୍ନୀ ଖୋଲିଲେ ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଥିବା କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ପୁଣି ବିପୁଳ ଟଙ୍କା ଠାବ ହୋଇଛି । ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ । କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ୧.୪୧ କୋଟି ଟଙ୍କା ଠାବ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ସାଲିଆ ସାହି ଘରୁ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ । କେବଳ ଟଙ୍କା ନୁହେଁ, ବରଂ ୩୫୪ ଗ୍ରାମ ସୁନା ମଧ୍ୟ ଠାବ ହୋଇଥିବା ସୂଚନା ମିଳିଛି ।

ଭିଜିଲାନ୍ସ ଜେରା ଚାଲିଥିବା ବେଳେ କାର୍ତ୍ତିକେଶ୍ୱରଙ୍କ ଗୁମର ଖୋଲିଛନ୍ତି ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ । ବର୍ତ୍ତମାନ ସୁଦ୍ଧା ଯନ୍ତ୍ରୀ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ ହୋଇଛି । ପୋଖରୀପୁଟରେ ୩ ମହଲା ଘର କିଣିଛନ୍ତି ଦ୍ୱିତୀୟ ପତ୍ନୀଙ୍କ । ୩ ମହଲା ଘର ବାବଦକୁ ଦେଇଛନ୍ତି ୭୮ଲକ୍ଷ ୫୦ହଜାର ଟଙ୍କା ।

ତେବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶେଷରେ ଗିରଫ ହୋଇଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଗତକାଲି କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ କରି ପୂର୍ବରୁ ତାଙ୍କ ପାଖରୁ ୨ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଘରୁ ୨ କୋଟି ଟଙ୍କା ନଗଦ ଠାବ କରିଥିଲା ଭିଜିଲାନ୍ସ । କାର୍ତ୍ତିକେଶ୍ୱରଙ୍କ ଭୁବନେଶ୍ୱର ଟାଟା ଆରିଆନା ସ୍ଥିତ ଫ୍ଲାଟରୁ ମିଳିଥିଲା ଟଙ୍କା ଏହି ନଗଦ ଟଙ୍କା । ନଗଦ ୨ କୋଟି ଜବତ କରିବା ଭିଜିଲାନ୍ସ ଇତିହାସରେ ରେକର୍ଡ । ଏପର୍ଯ୍ୟନ୍ତ ତାଙ୍କର ୭ଟି ପ୍ଲଟ, ୨୦ଟି ସୁନା ବିସ୍କୁଟ ସହ ପ୍ରାୟ ୫୮୦ ଗ୍ରାମର ସୁନା ଜବତ ହୋଇଥିଲା ।

ସୂଚନାଯୋଗ୍ୟ, ବୁଧବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ । ଏଥିରେ ୫ ଡିଏସପି, ୧୧ ଇନସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଥିଲେ । ୨ ଦିନ ଧରି ଜାରି ରହିଥିବା ରେଡ୍ ବେଳେ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ ।

Get real time updates directly on you device, subscribe now.