fbpx

ମମିତା ହତ୍ୟା ମାମଲା: ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ

Advertisement

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଏହି ମାମଲାରେ ଆଉ ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । କୋର୍ଟରେ ୧୬୪ରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଇଛି ପୋଲିସ । ପୂର୍ବରୁ ୧୬୪ରେ ଜଣେ ଛାତ୍ରୀ ସମେତ ୧୦ ଜଣଙ୍କ ବୟାନ ରେକର୍ଡ ହୋଇଛି ।

ତେବେ କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ହତ୍ୟାକାରୀ ଗୋବିନ୍ଦ ସାହୁ ଧରାପଡ଼ିଥିଲେ ହେଁ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତାଙ୍କ ପିତାମାତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ସେମାନେ ଆଶା ରଖିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ତାଙ୍କର କୌଣସି ସଂପୃକ୍ତି ନଥିବା କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ଏହା ସହ ମୋ ଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହେବନି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.