fbpx

ଉତ୍କଳ ହସ୍ପିଟାଲକୁ ଆଉ ଏକ ସଫଳତା: ପ୍ରତିରୋପଣ ପାଈଁ ପ୍ରଥମ ଅଙ୍ଗ ଦାନ ସଫଳତାର ସହ ସଂପନ୍ନ

ଭୁବନେଶ୍ୱର: ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ରାଜ୍ୟର ପ୍ରମୁଖ Multispecialty ଉତ୍କଳ ହସ୍ପିଟାଲରେ ଏହାର ପ୍ରଥମ ସଫଳ ଅଙ୍ଗ ଦାନ ପ୍ରକ୍ରିୟା ସଂପନ୍ନ ହୋଇଛି । ଯାହା ଓଡିଶାରେ ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଜୀବନ ରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚିହ୍ନିତ କରିଥିଲା । ଖୋର୍ଦ୍ଧାର ଡାଳତୋଳା ନିବାସୀ ୩୧ ବୟସ୍କ, ଶ୍ରୀ ବିକାଶ କୁମାର ସାହୁଙ୍କର ଡାହାଣ ପାର୍ଶ୍ୱରେ ଥିବା ମସ୍ତିଷ୍କ ରକ୍ତସ୍ରାବ ହେତୁ ଷ୍ଟ୍ରୋକ୍ ହେବା ପରେ ତାଙ୍କୁ ଚିକିତ୍ସା ପାଈଁ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାଇରେକ୍ଟର Neurosurgeon ଡା ସିଦ୍ଧାର୍ଥ ଶଙ୍କର ସାହୁଙ୍କ ନେତୃତ୍ୱରେ, ଡା ବିଶ୍ୱବିକାଶ ମହାନ୍ତି ଏବଂ ଡା ରଣଧୀର ମିତ୍ର ଡାକ୍ତରୀ ଦଳର ତାଙ୍କ ଜୀବନ ରକ୍ଷା କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ ସତ୍ୱେ, ତାଙ୍କୁ ମସ୍ତିଷ୍କ-ମୃତ ଘୋଷଣା କରାଯାଇଥିଲା।

ଏହି ଘୋଷଣା ପରେ ରୋଗୀର ପରିବାର ତାଙ୍କ ଅଙ୍ଗ ଦାନ କରିବାକୁ ଏକ ନିସ୍ୱାର୍ଥପର ଏବଂ ସାହସିକ ନିଷ୍ପତ୍ତି ନେଇ ଆବଶ୍ୟକ କରୁଥିବା ଅନ୍ୟମାନଙ୍କୁ ଏକ ନୂତନ ଜୀବନ ପ୍ରଦାନ କରିଥିଲେ। ଯକୃତ ସିରୋସିସ୍ ରୋଗରେ ପୀଡ଼ିତ ରୋଗୀଙ୍କୁ ତାଙ୍କର ଯକୃତ ସଫଳତାର ସହିତ ସ୍ଥାନାନ୍ତର କରାଯାଇଥିଲା । ଜଟିଳ ଯକୃତ ପ୍ରତିରୋପଣ ପ୍ରକ୍ରିୟାକୁ ଡା ସତ୍ୟପ୍ରକାଶ ରାୟଚୌଧୁରୀଙ୍କ ନେତୃତ୍ବରେ ଉତ୍କଳ ହସ୍ପିଟାଲର ତାଙ୍କର ସହଯୋଗୀ ମାନେ ସମ୍ପନ୍ନ କରିଥିଲେ।

ଶ୍ରଦ୍ଧାଞ୍ଜଳି ସ୍ୱରୂପ ମୃତ ବ୍ୟକ୍ତିଙ୍କ ଶରୀରରେ ପୂର୍ବତନ ବିଧାୟକ, ଭୁବନେଶ୍ଵର ଉତ୍ତର, BJP ନେତା ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଡା ସିଦ୍ଧାର୍ଥ ଶଙ୍କର ସାହୁ, ଡା ରଣଧୀର ମିତ୍ର, ଡା ବିଶ୍ଵ ବିକାଶ ମହାନ୍ତି, ସି.ଓ.ଓ. Sri Manav, ଡା ଆକାଶ ଗୁପ୍ତା, ବ୍ୟବସାୟିକ ମୁଖ୍ୟ ସୁବାଷ ଚନ୍ଦ୍ର ପତି ଏବଂ ଉତ୍କଳ ହସ୍ପିଟାଲର ସମସ୍ତ କର୍ମଚାରୀ ତଥା କର୍ତ୍ତୃପକ୍ଷ ମୃତ ବ୍ୟକ୍ତିଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ମର ଶରୀରକୁ ପୁଷ୍ପ ଅର୍ପଣ କରାଯାଇଥିଲା ଏବଂ ଡାକ୍ତରଖାନାର କର୍ମଚାରୀମାନେ ବିଦାୟପ୍ରାପ୍ତ ଆତ୍ମାର ସମ୍ମାନାର୍ଥେ ଏକ ମାନବ ଶୃଙ୍ଖଳା ଗଠନ କରିଥିଲେ। ଏହି ଉତ୍ତମ କାର୍ଯ୍ୟକୁ ସ୍ୱୀକୃତି ଦେଇ ହସ୍ପିଟାଲର ସୁରକ୍ଷା କର୍ମଚାରି ମାନେ ଓଡିଶା ପୋଲିସ ମଧ୍ୟ ମୃତ ବ୍ୟକ୍ତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ।

ଏହି ମହତ କାର୍ଯ୍ୟ କରିଥିବାରୁ ଉତ୍କଳ ହସ୍ପିଟାଲର ପରିଚାଳନା ତରଫରୁ ଅଙ୍ଗ ଦାନ କରିଥିବା ବ୍ୟକ୍ତିଙ୍କ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଉନ୍ନତ ଚିକିତ୍ସା ସେବା ଏବଂ ଜନ ସଚେତନତା ମାଧ୍ୟମରେ ଜୀବନ ରକ୍ଷା କରିବାକୁ ଉଦ୍ୟମ ଜାରି ରଖିବାକୁ ଉତ୍କଳ ହସ୍ପିଟାଲ ପ୍ରତିଶ୍ରୁତିବଦ୍ଧ ।

Get real time updates directly on you device, subscribe now.