ପୁରୀ: ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ମନ୍ଦିର ଶିଖରରେ ଡ୍ରୋନ୍ ଉଡ଼ିଲେ ତାକୁ ଅତି ସହଜରେ ଖସାଇଦିଆଯିବ ।
ଆଇନ ବିଭାଗ ସହ ପୋଲିସ ବିଭାର ଆଲୋଚନା ଏ ସମ୍ପର୍କରେ କରାଯାଇଛି । ବିଗତ ବର୍ଷରେ ମନ୍ଦିର ପରିସର ଏବଂ ଶୀଖରରେ ଡ୍ରୋନ୍ ଉଡ଼ିବା ନେଇ ଘଟଣା ସାମ୍ନାକୁ ଆସିଛି ।
ଶ୍ରୀମନ୍ଦିର ଶିଖରକୁ ନୋ ଫ୍ଲାଇଂ ଜୋନ୍ କରାଯାଇଥିଲେ ମଧ୍ୟ ବାରମ୍ବାର ଏହାର ଉଲଂଘନ କରାଯାଉଛି ।
ଏଥିସହ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏ ପ୍ରକାର ନିଷ୍ପତ୍ତି ନୁଆଯାଉଥିବା କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।