fbpx

ଶେଷ ହେବ ପ୍ରତୀକ୍ଷା, ଜୁନ୍ ଶେଷରେ ଘୋଷଣା ହେବ ଟିମ ଇଣ୍ଡିଆର ନୂଆ କୋଚ୍: କିଏ ଧରିବେ ଦଳର ମଙ୍ଗ?

Advertisement

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ର ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି । ଏହାପରେ ନକ୍-ଆଉଟ ମ୍ୟାଚ ଖେଳିବା ସହ ଜୁନ୍ ୨୯ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ସହିତ ଶେଷ ହେବାକୁ ଯାଉଛି ଟିମ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ତେଣୁ ଦଳର ନୂଆ କୋଚ୍ ପାଇଁ ଖୋଜା ଚାଲୁଥିବା ବେଳେ ଏହି ମାସ ଶେଷରେ ବୋର୍ଡ ଏହାର ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ତେବେ ଟିମ ଇଣ୍ଡିଆର କୋଚ୍ ପଦବୀ କାହାକୁ ମିଳିବ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ମିଳି ପାରିନାହିଁ । କିନ୍ତୁ ଏହି ଦୌଡ଼ରେ ଖୁବ ଆଗରେ ରହିଛି ପୂର୍ବତନ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀରଙ୍କ ନାମ । ଦ୍ରାବିଡଙ୍କ ସ୍ଥାନରେ ଗମ୍ଭୀର ଭାରତୀୟ ଦଳର କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି ଖୁବ ଚର୍ଚ୍ଚା ହେଉଛି ।

ଖବର ଅନୁଯାୟୀ ପୂର୍ବତନ ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ନାମ ଭାରତର ନୂତନ କୋଚ ଭାବରେ ଦାୟିତ୍ୱ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ । ତେବେ ଜୁନ ମାସ ଶେଷ ସୁଦ୍ଧା ଏହା ଆନୁଷ୍ଠାନିକ ଭାବେ ଘୋଷଣା କରିବ ଭାରତୀୟ କ୍ରିକେଟ ବୋର୍ଡ । ଗୌତମ ଗମ୍ଭୀର ଗତ କିଛି ବର୍ଷ ହେବ ଆଇପିଏଲରେ ମେଣ୍ଟର ଭାବରେ ଦାୟିତ୍ୱ ନେଇଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଚଳିତବର୍ଷ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଚାମ୍ପିଅନ୍ ହୋଇଛି । କିନ୍ତୁ ଗତ ବର୍ଷ ପର୍ୟ୍ୟନ୍ତ ସେ ଲକ୍ଷେ୍ନø ସୁପର ଜିଆଣ୍ଟସର ମେଣ୍ଟର ଭାବରେ ରହିଥିବା ବେଳେ ଦଳ ଭଲ ପ୍ରଦର୍ଶନ କରିଥିଲା । ତେବେ ଭାରତୀୟ ଦଳର କୋଚ୍ ପଦବୀ ଗ୍ରହଣ କରିବା ପାଇଁ ମଧ୍ୟ ଗମ୍ଭୀର ରାଜି ହୋଇଛନ୍ତି । ସେ ବିସିସିଆଇକୁ ଅନୁରୋଧ କରିଛନ୍ତି ଯେ, ସେ ତାଙ୍କ କୋଚିଂ କର୍ମଚାରୀଙ୍କ ଦଳ ଆଣିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଭାରତର ବ୍ୟାଟିଂ ପ୍ରଶିକ୍ଷକ ହେଉଛନ୍ତି ବିକ୍ରମ ରାଥୋଡ । ବୋଲିଂ ପ୍ରଶିକ୍ଷଣ ଦାୟିତ୍ୱ ପାରାସ ମମ୍ବ୍ରେଙ୍କ କାନ୍ଧରେ ରହିଛି । ଏଥି ସହିତ ଟି ଦିଲୀପ ଟିମ ଇଣ୍ଡିଆର ଫିଲ୍ଡିଂ କୋଚ ଅଟନ୍ତି ।

ରାହୁଲ ଦ୍ରାବିଡଙ୍କ ପରେ ଟିମ ଇଣ୍ଡିଆର କୋଚ ହେବାକୁ ଗୌତମ ଗମ୍ଭୀର ନିଜର ଇଚ୍ଛା ପ୍ରକାଶ କରିସାରିଛନ୍ତି । ସେ କହିଥିଲେ, ‘ମୁଁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାକୁ ପସନ୍ଦ କରିବି । ଜାତୀୟ ଦଳକୁ ପ୍ରଶିକ୍ଷଣ ଦେବାଠାରୁ ଅଧିକ ସମ୍ମାନ ନାହିଁ । ଆପଣ ୧୪୦ କୋଟି ଭାରତୀୟ ଏବଂ ବିଶ୍ୱର ଲୋକଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି । ଭାରତକୁ ବିଶ୍ୱକପ ଜିତିବାରେ କେବଳ ୧୪୦ କୋଟି ଭାରତୀୟ ସାହାଯ୍ୟ କରିବେ । ଯଦି ସମସ୍ତେ ଆମ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରନ୍ତି ଏବଂ ଆମେ ଗମ୍ଭୀରଙ୍କ ନେତୃତ୍ୱରେ ଭଲ ଖେଳୁଥିଲେ । ଏହି କାରଣରୁ ବର୍ତ୍ତମାନ ସମୟରେ ଗୌତମ ଗମ୍ଭୀରଙ୍କ ନାମ ଭାରତର ମୁଖ୍ୟ କୋଚ ପଦ ପାଇଁ ଦୃଷ୍ଟି ଆକର୍ଷଣ କରୁଛି ।

Get real time updates directly on you device, subscribe now.