fbpx

(Video) ସବୁ ଡାକ ଶୁଣିଲେ ଭଗବାନ… ଏବେ ଅନୁଭବଙ୍କ ଜୀବନରେ ଖାଲି ଖୁସି ଆଉ ଖୁସି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘବର୍ଷ ଧରି ପାରିବାରିକ ବିବାଦ ସହ ଲଢ଼େଇ କରି ଆସୁଥିବା କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ନିକଟରେ ବଡ଼ ଆଶ୍ୱସ୍ତି ମିଳିଥିଲା । ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟ ଏକ ବଡ଼ ରାୟ ଦେଇଥିଲେ । ଗତ ମାସ ୨୧ ତାରିଖରେ ହାଇକୋର୍ଟ ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ଅନୁମତି ଦେଇଥିଲେ । କୋର୍ଟଙ୍କ ରାୟ ପରେ ଆଶ୍ୱସ୍ତି ପାଇଥିବା ଅନୁଭବ ତାଙ୍କର ଜନ୍ମଦିନକୁ ବଡ଼ ଧୂମଧାମରେ ପାଳନ କରିବା ସହିତ ନିଜର ଦ୍ୱିତୀୟ ବିବାହ ପାଇଁ ସମସ୍ତଙ୍କୁ ଆଗୁଆ ନିମନ୍ତ୍ରଣ ଦେଇଥିଲେ ।

ତେବେ ଅନୁଭବ ଯଦି ଜୀବନରେ କାହାକୁ ସବୁଠାରୁ ଅଧିକ ଭଲ ପାଆନ୍ତି ସେ ହେଉଛନ୍ତି ତାଙ୍କର ବାପା । ବାପାଙ୍କର ଅସୁସ୍ଥତା ଖବର ଶୁଣିବା ପରେ ସୁଦୂର ନୂଆଦିଲ୍ଲୀରୁ ମଧ୍ୟ ଅନେକ ଥର ଧାଇଁ ଆସିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ବାପାଙ୍କ ଖୁସିରେ ହିଁ ତାଙ୍କର ଖୁସି ରହିଥାଏ । ଜୀବନରେ ସମସ୍ତେ ନିଜ ନିଜର ବାପା-ମାଆଙ୍କୁ କେବେ ବି ଅବହେଳା କରିବା ଅନୁଚିତ ବୋଲି ଅନୁଭବ ଅନେକ ସମୟରେ ପ୍ରଶଂସକଙ୍କୁ ପରାମର୍ଶ ଦେଇଥାନ୍ତି । ତେବେ ଏହା ମଧ୍ୟରେ ଅନୁଭବଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ତାଙ୍କର ବାପାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି । ବାପାଙ୍କ ଆରୋଗ୍ୟ ପାଇଁ ଅନୁଭବ ସବୁଦିନ ଠାକୁରଙ୍କ ଆଗରେ ପ୍ରାର୍ଥନା କରିଆସୁଥିଲୋ ।

ନିକଟରେ କୋର୍ଟଙ୍କ ରାୟ ପ୍ରକାଶ ପାଇବା, ଜନ୍ମ ଦିନ ପାଳନ କରିବା ଆଦିକୁ ନେଇ ଅନୁଭବ ଯେତିକି ଖୁସି ନଥିଲେ ବାପାଙ୍କ ସଫଳ ଅସ୍ତ୍ରୋପଚାରକୁ ନେଇ ସେ ତା’ଠାରୁ ଅଧିକ ଖୁସି ଅନୁଭବ କରୁଛନ୍ତି । ଅନୁଭବ ତାଙ୍କ ଜୀବନରେ ଯେତେ ସବୁ ସଫଳତା ପାଇଛନ୍ତି ତା’ ପଛରେ ରହିଛି ତାଙ୍କ ବାପାଙ୍କର ଆଶିର୍ବାଦ । ପିତାମାତାଙ୍କର ଆଶିର୍ବାଦ ବିନା ଜଣେ କେବେ ବି ନିଜ ଜୀବନରେ ଆଗକୁ ବଢ଼ିପାରିବ ନାହିଁ । ଆଜି ବାପା ଅଛନ୍ତି ବୋଲି ଅନୁଭବ ଜୀବନର ସବୁ ବାଜି ଜିତି ଚାଲିଛନ୍ତି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତର ଏହି ଖୁସି ଖବର ଦେବା ପରେ ଅନୁଭବ ଏବେ ଠାକୁରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Get real time updates directly on you device, subscribe now.