fbpx

(Video) ପୁଣି ଏକ ଭିଡିଓରେ ମନ କଥା କହିଲେ ଅନୁଭବ: କହିଲେ ବିବାହ ପରେ ନଥିଲା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ଦାମ୍ପତ୍ୟ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ଅନୁଭବ ମହାନ୍ତି ଆଉ ଏକ ଭିଡିଓ ଜାରି କରିଛନ୍ତି । ଶନିବାର ଆଉ ଏକ ଭିଡିଓ ଜାରି କରି ନିଜ ମନର ଦୁଃଖକୁ ପ୍ରକାଶ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଏହି ଭିଡିଓରେ ନିଜ ଦାମ୍ପତ୍ୟ ଜୀବନର ଦୁଃଖକୁ ବଖାଣିଛନ୍ତି ଅନୁଭବ ।

ଅନୁଭବ କହିଛନ୍ତି ବିବାହ ପୂର୍ବରୁ ୬ ବର୍ଷର ପ୍ରେମ ସମ୍ପର୍କ ଥିଲା । ୨୦୧୪ ରେ ପ୍ରେମ ବିବାହ କରିଥିଲି ଆଠ ବର୍ଷ ଯାଏଁ ସ୍ୱାମୀର ଅଧିକାର ପାଇନଥିଲି । ବିବାହ ପରେ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ନଥିବା କହିଲେ ଅନୁଭବ । ସେ ମୋ ଠାରୁ ୫ ରୁ ୬ ମାସ ସମୟ ମାଗିଥିଲେ କିନ୍ତୁ ଏହା ନରେ ବିଭିନ୍ନ ଆଳ ଦେଖାଇ ପତ୍ନୀ ସମ୍ପର୍କ ରଖିବାକୁ ମନା କରୁଥିଲେ ବୋଲି କହିଛନ୍ତି ଅନୁଭବ ।

ଗତ କାଲି ମଧ୍ୟ ସମାନ ଢ଼ଙ୍ଗରେ ଭିଡିଓ କରି ଅନୁଭବ ନିଜ ମନ କଥା କହିଥିଲେ । କିପରି ନିଜ ବୈବାହିକ ଜୀବନରେ ସେ ବିଫଳ ହୋଇଛନ୍ତି ତାହା ଭିଡିଓ ମାଧ୍ୟମରେ କହିଥିଲେ । ଏଥିପାଇଁ ତାଙ୍କୁ କୋର୍ଟ କଚେରୀ ଥାନା ପୋଲିସକୁ ଯାଇ ହଇରାଣ ହେଉଥିବା ନେଇ କହିଥିଲେ ଅନୁଭବ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.