fbpx
BSKY
BJD SHG SKY
BJD YOUTH SKY

ଭାରତ ବିରୋଧରେ ବ୍ୟୁହ ରଚନା କରୁଛି ଚୀନ, ଭବିଷ୍ୟତରେ ହିନ୍ଦୁସ୍ତାନ ଉପରେ ଆକ୍ରମଣ ପାଇଁ ଧାର କରୁଛି ଅସ୍ତ୍ର

ନୂଆଦିଲ୍ଲୀ: ଚୀନ ସବୁବେଳେ କିଛି ନା କିଛି ଭାରତ ବିରୋଧୀ କୁଟ ଚକ୍ରାନ୍ତରେ ବ୍ୟସ୍ତ ରହିଥାଏ । ତେବେ ନିକଟରେ ଚୀନ ଭାରତକୁ ନେଇ ଏକ ବଡ଼ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି । ଚୀନ ଭାରତୀୟ ସୀମାରେ ବ୍ରିଜ୍ ନିର୍ମାଣ କରୁଥିବା ସୂଚନା ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଚି, ଚୀନର ଏହି ନିର୍ମାଣ ପ୍ରଛର ଉଦ୍ଦେଶ୍ୟ କ’ଣ? ଗତ ୨୦୨୦ରେ ଘଟିଥିବା ଗଲୱାନ ସଂଘର୍ଷ ପରେ ଚୀନ ଏକପ୍ରକାର ବୁଦ୍ଧି ଶିଖି ଯାଇଛି । ତେଣୁ ଭବିଷ୍ୟତରେ ଚୀନ ଭାରତ ଉପରେ ଆକ୍ରମଣ କରିବା ଯୋଜନା ରଖିଥିବା କୁହାଯାଉଛି ।

ଚୀନ ପୂର୍ବରୁ ପାକିସ୍ତାନ ଓ ମିଆଁମାର ସହ ସୀମା ବିବାଦ ସମାଧାନ କରିସାରିଥିବା ବେଳେ ଭାରତ ସହ ସୀମା ବିବାଦକୁ ଜାଣଶୁଣି ବଢ଼ାଇ ଚାଲିଛି । ଭାରତକୁ ଚୀନ ଏକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଭାବୁଥିବାରୁ ସମାଧାନ ବଦଳରେ ବିବାଦର ମଞ୍ଜି ପୋତି ଚାଲିଛି । ବିଭିନ୍ନ ବିବାଦ ସୃଷ୍ଟି କରି ଭାରତ ଉପରେ ଚାପ ପ୍ରୟୋଗ ପ୍ରୟାସରେ ଲିପ୍ତ ରହିଛି ଚୀନ । ଚୀନ ନିଜର ବିସ୍ତାରୀକରଣ ନୀତିରେ ଭାରତର କିଛି ଅଞ୍ଚଳକୁ କବଜା କରିବାର ପ୍ରୟାସରେ ରହିଛି ।

ଚୀନ ଭାରତ ସୀମାରେ ବ୍ରିଜ ନିର୍ମାଣ କରି ଭାରତୀୟ ସେନା ଓ ସରକାରଙ୍କ ଉପରେ ମାନସିକ ଚାପ ପକାଉଛି । ଏହିସବୁ କାର୍ୟ୍ୟ କରି ଚୀନ ପରୋକ୍ଷରେ ବିଶ୍ୱକୁ ବାର୍ତ୍ତା ଦେବାକୁ ଚାହୁଁଛି ଯେ, ଡ୍ରାଗନ ସେନା ସବୁଠାରୁ ଶକ୍ତିଶାଳୀ ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ଯୁଦ୍ଧ ଲଢ଼ିବାକୁ ସକ୍ଷମ ଅଟେ । ଭାରତ ମାଧ୍ୟମରେ ଚୀନ ଆମେରିକାକୁ ନିଜର ଅସଲ ପରାକାଷ୍ଠା ଦେଖାଇବାକୁ ଚାହୁଁଛି । ଅପରପକ୍ଷେ ଚୀନକୁ ରୋକିବା ପାଇଁ ଆମେରିକା ଭାରତକୁ ୩୯୦୦ କୋଟି ଟଙ୍କାର ମିଲିଟାରୀ ସାମଗ୍ରୀ ଦେବାକୁ ଯୋଜନା କରିଛି ।

Get real time updates directly on you device, subscribe now.