fbpx
BJD SKY
BJD SKY

ଅଲଗା ହେବେ ଅନୁଭବ-ବର୍ଷା! ୩ ମାସ ମଧ୍ୟରେ ଛାଡ଼ପତ୍ର ମାମଲା ଶେଷ କରିବାକୁ ନିର୍ଦ୍ଦେଶ

BJD

ଭୁବନେଶ୍ୱର: ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ରକୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ୩ ମାସ ମଧ୍ୟରେ ଏହି ଷ୍ଟାର କଳିକୁ ଶେଷ କରିବା ପାଇଁ ଫ୍ୟାମିଲି କୋର୍ଟକୁ ମିଳିଛି କଡ଼ା ନିର୍ଦ୍ଦେଶ । ବର୍ଷା-ଅନୁଭବଙ୍କ ଏହି ଛାଡ଼ପତ୍ର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ମାତ୍ର ୩ ମାସର ସମୟ ଦେଇଛନ୍ତି ହାଇକୋର୍ଟ । ଏହି ୩ ମାସ ମଧ୍ୟରେ ଅନୁଭବ-ବର୍ଷା ପାରିବାରିକ ବିବାଦ ଏବଂ ଛାଡ଼ପତ୍ର ମାମଲା ନିଷ୍ପତ୍ତି ଶୁଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପାରବାରିକ ମାମଲାକୁ ଆଗାମୀ ୩ ମାସ ମଧ୍ୟରେ ଶେଷ ଶୁଣାଣୀ କରିବା ପାଇଁ ଫ୍ୟାମିଲି କୋର୍ଟକୁ କହିଛନ୍ତି ହାଇକୋର୍ଟ । ସେହିପରି ୪ ସପ୍ତାହ ମଧ୍ୟରେ ମାମଲା ସମ୍ପର୍କରେ ସମସ୍ତ ଜବାବସୁଆଲ ମଧ୍ୟ ଶେଷ କରିବାକୁ କୁହାଯାଇଛି । ଚଳିତ ମାସ ଶେଷ ଅର୍ଥାତ ଜୁଲାଇ ୩୧ ତାରିଖ ସୁଦ୍ଧା ଜେରା ପ୍ରକ୍ରିୟା ମଧ୍ୟ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଛାଡ଼ପତ୍ର ମାମଲାର ଫଇସଲା ହୋଇପାରେ ବୋଲି ଅନୁମାନ କରାଯାଉଛି ।

Actress Barsha Priyadarshini moves High Court for Anticipatory Bail

ଦୀର୍ଘ ଦିନରୁ ଫ୍ୟାମିଲି କୋର୍ଟରେ ଏହି ଛାଡ଼ପତ୍ର ମାମଲା ଚାଲିଥିବା ବେଳେ କୌଣସି ଶୁଣାଣୀ ହୋଇ ପାରୁନାହିଁ । ତେଣୁ ବିଜେଡି ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ଏ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ମଧ୍ୟ ଉଲ୍ଲଙ୍ଘନ ହେଉଥିବା ଦର୍ଶାଇଛନ୍ତି ଅନୁଭବଙ୍କ ଓକିଲ । ବର୍ଷାଙ୍କୁ ଅହେତୁକ ଅନୁକମ୍ପା ଦର୍ଶା ଯାଉଥିବା ନେଇ ଅନୁଭବ ହାଇକୋର୍ଟରେ ଅଭିଯୋଗ କରିଥିଲେ । ତେଣୁଏ ସମସ୍ତ ମାମଲାକୁ ବିଚାର କରି ଯଥାଶୀଘ୍ର ମାମଲାର ଉପଯୁକ୍ତ ରାୟ ଶୁଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.