fbpx

ଆଜିଠାରୁ ବନ୍ଦ ରହିବ ସମସ୍ତ ସ୍କୁଲ: ରାଜ୍ୟରେ ପ୍ରବଳ ବର୍ଷାରେ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ

ନୂଆଦିଲ୍ଲୀ: ବର୍ତ୍ତମାନ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରଳ ବର୍ଷା ଲାଗି ରହିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ଯମୂନା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏଠାରେ ବନ୍ୟା ଆଶଙ୍କା ଅଶଙ୍କା ରହିଛି । ତେଣୁ ରାଜ୍ୟ ସରକାରଏହି ସମୟରେ ପିଲାମାନଙ୍କୁ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ଆଜିଠାରୁ ଆସନ୍ତା ରବିବାର ଅର୍ଥାତ୍ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ । ଗତ କିଛି ଦିନରେ ବର୍ଷା ପାଣି ଯୋଗୁଁ ସୃଷ୍ଟି ହେଉଥିବା ଅନେକ ସମସ୍ୟାରୁ ପିଲାମାନଙ୍କୁ ଦୂରେଇ ରଖାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ସେପଟେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଦେଖିବାକୁ ମିଳିଛି । ତେଣୁ ପିଲାମାନଙ୍କ ସହିତ ଶିକ୍ଷକମାନଙ୍କ ସୁରକ୍ଷା ପାଇଁ ପଞ୍ଜାବର ସମସ୍ତ ସ୍କୁଲଗୁଡିକୁ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି କୁହାଯାଇଛି ।

ସେହିପରି ଜୁଲାେଇ ୧୬ ତାରିଖ ଦିନ ସହରର ସମସ୍ତ ସରକାରୀ ତଥା ବେସରକାରୀ ଅଫିସ ଗୁଡିକ ମଧ୍ୟ ବନ୍ଦ ରଖିବା ପାଇଁ ପରାମର୍ଶ ନିଆଯାଇଛି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ପଞ୍ଜାବରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେଣୁ ସ୍ଥାନୀୟ ଲୋକମାନଙ୍କୁ ସତର୍କ ରହିବା ସହ ଅଦରକାରୀ ଯାତ୍ରାରୁ ବିରତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.