fbpx

(Video) ମୋ ବାପା ICUରେ ଅଛନ୍ତି, ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅ: ବର୍ଷାଙ୍କୁ ହାତ ଯୋଡ଼ି ଅନୁରୋଧ କଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟରେ ବିଚାରାଧୀନ ରହିଛି । ଦୁହିଁଙ୍କ ପକ୍ଷରୁ ବିଭିନ୍ନ କୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିବା ବେଳେ ଦୁହେଁ ଧାର୍ଯ୍ୟ ତାରିଖ ଅନୁଯାୟୀ କୋର୍ଟରେ ହାଜର ହେଉଛନ୍ତି । ପୂର୍ବରୁ ଅନୁଭବଙ୍କ ପୈତୃକ ଘର ତାଙ୍କ ଧର୍ମପତ୍ନୀ ବର୍ଷା ଛାଡ଼ିବା ପାଇଁ ଅନୁଭବ ଗତବର୍ଷ କୋର୍ଟରେ ପିଟିସନ ଦାୟର କରିଥିଲେ । ବର୍ଷା ଘର ଛାଡ଼ିବା ପରେ ପ୍ରତି ମାସରେ ଅନୁଭବ ତାଙ୍କୁ ୩୦ ହଜାର ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏହା ମଧ୍ୟରେ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ଆସିଛି ଏକ ଖବର । ବର୍ଷାଙ୍କ ପାଇଁ ଏକ ଟ୍ୱିଟ୍ କରି ଅନୁଭବ କହିଛନ୍ତି, ମୁଁ ତୁମକୁ ହାତ ଯୋଡ଼ି ଅନୁରୋଧ କରୁଛି ବର୍ଷା, ଦୟାକରି ମୋ ପିତାମାତାଙ୍କୁ ଶାନ୍ତିରେ ରହିବାକୁ ଦିଅ । ପିତାମାତା ସର୍ବଦା ସେମାନଙ୍କର ସନ୍ତାନଙ୍କର ମଙ୍ଗଳା କାମନା କରିଥାନ୍ତି । ଅତିକମରେ ଆମେ ଦୁହେଁ ତ ଜାଣିଛେ କେଉଁଟା ଭୁଲ୍ ଆଉ କେଉଁଟା ଠିକ୍ । ମୋ ବାପା ବର୍ତ୍ତମାନ ଆଇସିୟୁରେ ସଙ୍କଟଜନକ ସ୍ଥିତିରେ ରହିଛନ୍ତି ।

ଅନୁଭବଙ୍କ ବାପାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଗମ୍ଭୀର ରହିଥିବା ବେଳେ ଏହି ସମୟରେ ଅନୁଭବ ବର୍ଷାଙ୍କୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି । ସାଂସଦଙ୍କର ବାପା କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଖବର ପାଇବା ପରେ ଅନୁଭବ ସଙ୍ଗେସଙ୍ଗେ ଭୁବନେଶ୍ୱର ଆସି ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ତେଣୁ ଏଭଳି ସ୍ଥିତିରେ ଆଇନଗତ ଲଢ଼େଇ ସମାପ୍ତ କରି ମାନସିକତା ଦେଖାଇବାକୁ ଲୁହ ଛଳଛଳ ଆଖିରେ ବର୍ଷାକୁ ଅନୁରୋଧ କରିଛନ୍ତି ଅନୁଭବ ।

Get real time updates directly on you device, subscribe now.