fbpx

ଘୁଞ୍ଚିଲା ଅନୁପ ସାଏଙ୍କ ରିମାଣ୍ଡ ଶୁଣାଣି

ଭୁବନେଶ୍ୱର୨୪ ।୨(ଓଡିଶା ଭାସ୍କର): ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କ ରିମାଣ୍ଡ ଶୁଣାଣି ଘୁଞ୍ଚିଛି । ୩ ଦିନିଆ ରିମାଣ୍ଡ ଓ ନାର୍କୋ ଟେଷ୍ଟ ଆବେଦନ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଯାଇଛି । ଆସନ୍ତାକାଲି ସିଜେଏମ କୋର୍ଟରେ ଅନୁପଙ୍କ ଶୁଣାଣି ହେବ ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ ଡ଼ବଲ ମର୍ଡ଼ର ମାମଲାରେ ଗିରଫ ହୋଇଥିଲେ । ତାଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ପୋଲିସର ୩ଦିନିଆ ରିମାଣ୍ଡର ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Get real time updates directly on you device, subscribe now.