fbpx

ମହିଳାଙ୍କ ସହ ଏହି ମନ୍ତ୍ରୀଙ୍କର ରୋମାଣ୍ଟିକ ଆଳାପ ଭାଇରାଲ୍‌, ଅଡିଓରେ କ’ଣ ରହିଛି ଜାଣନ୍ତୁ

ଅନୁପପୁର: ମଧ୍ୟପ୍ରଦେଶରେ ଜଣେ ଜଣେ ମନ୍ତ୍ରୀ କୌଣସି ନା କୌଣସି କାରଣ ଲାଗି ଚର୍ଚ୍ଚାକୁ ଆସିଯାଆନ୍ତି । ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଓ ଚଳିତ ନିର୍ବାଚନରେ ଦଳ ପରିବର୍ତ୍ତନ କରି ବିଜେପିର ପ୍ରାର୍ଥୀ ହୋଇଥିବା ବିସାହୁଲାଲ ସିଂହଙ୍କର ଜଣେ ମହିଳାଙ୍କ ସହ ରୋମାଣ୍ଟିକ ଆଳାପର ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଅଡିଓରେ ମନ୍ତ୍ରୀ ମହିଳାଙ୍କୁ ତାଙ୍କ ଜୀବନ ଠାରୁ ବି ଅଧିକ ଭଲ ପାଉଛନ୍ତି ବୋଲି କହିଛନ୍ତି । ଏହା ସହିତ ତାଙ୍କୁ ସ୍କୁଟି କିଣିଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି ।

ଏହି ଅଡିଓ ଅନୁପପୁରରୁ ବିଜେପି ପ୍ରାର୍ଥୀ ତଥା ଖାଦ୍ୟ ଓ ନାଗରିକ କଲ୍ୟାଣ ମନ୍ତ୍ରୀ ବିସାହୁଲାଲ ସିଂହଙ୍କର ବୋଲି କୁହାଯାଉଛି । ଏହି ଅଡିଓ ଏବେ ଜିଲ୍ଲାରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଆଦିବାସୀ ନେତାଙ୍କ ଅଶ୍ଳୀଳ ଅଡିଓ ଭାଇରାଲ୍ ହେବା ପରେ ରାଜ୍ୟରେ ଚର୍ଚ୍ଚା ଖେଳିଯାଇଛି ।
ଅଡିଓରେ ନେତା ମହିଳାଙ୍କୁ ସ୍କୁଟି କିଣିବା ପାଇଁ ପଇସା ଟ୍ରାନ୍ସଫର କରିବା ସହିତ ତାଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି ବୋଲି କହୁଛନ୍ତି ।

ପ୍ରଥମେ ଏହି ଅଡିଓରେ ମହିଳା ଜଣକ ମନ୍ତ୍ରୀଙ୍କୁ ହୃଦୟରୁ ସମ୍ମାନ କରୁଛନ୍ତି ବୋଲି କହୁଛନ୍ତି ଓ ପରେ ଗାଡି ଦାବୀ କରୁଛନ୍ତି । ଏହାପରେ ମନ୍ତ୍ରୀ ତୁରନ୍ତ ରାଜି ହୋଇଯାଉଛନ୍ତି । ପରେ ମହିଳା ଜଣକ ତାଙ୍କ ଠାରୁ ଦୂରେଇ ନ ଯିବାକୁ ମନ୍ତ୍ରୀକୁ କହୁଛନ୍ତି । ଏହାପରେ ମନ୍ତ୍ରୀ ଭାବୁକ ହୋଇଯାଉଛନ୍ତି ଓ ମହିଳାଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି ବୋଲି କହୁଛନ୍ତି । ଏହାର ଉତ୍ତରରେ ମହିଳା କହୁଛନ୍ତି ଆପଣ ତ ମୋର ପୁରା ଦୁନିଆ । ଆପଣ ମୋ ଘରକୁ କେବେ ଆସିବେ ବୋଲି ସେ ମନ୍ତ୍ରୀଙ୍କୁ ପଚାରୁଛନ୍ତି । ମନ୍ତ୍ରୀ କହୁଛନ୍ତି ଦିୱାଲି ପରେ ଯିବି ।

Get real time updates directly on you device, subscribe now.