fbpx

କାନ୍ସରୁ ଭାଇରାଲ୍, ଅନୁରାଗ କଶ୍ୟପଙ୍କ ଜୋତାରେ ଫଶିଗଲା ସନିଙ୍କ ଗାଉନ୍

ଅନୁରାଗ କଶ୍ୟପ ଓ ସନି ଲିଓନି ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେମାନଙ୍କ ଆଗାମୀ ଫିଲ୍ମ କେନେଡିର ପ୍ରିମିୟରରେ ସାମିଲ ହୋଇଛନ୍ତି । ଏବେ ସେମାନଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଳାଗିଛି ।
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଉପସ୍ଥିତି ଜାହିର କରିବାରେ ଲାଗି ପଡିଛନ୍ତି । ଗତ କାଲି ଏହି ଖାସ୍ ଉତ୍ସବର ଏକ ଅଂଶ ପାଲଟିଥିଲେ ଅନୁରାଗ କଶ୍ୟପ ଓ ସନି ଲିଓନି । ଏଠାରେ ସେମାନଙ୍କ ଫିଲ୍ମ କେନେଡିର ପ୍ରିମିୟର ବି ଆୟୋଜିତ ହୋଇଥିଲା । ତେବେ ଏସବୁ ମଧ୍ୟରେ ଅନୁରାଗ କଶ୍ୟପ ଏପରି କିଛି କରି ଦେଇଛନ୍ତି ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

କାନ୍ସର ରେଡ୍ କାର୍ପେଟରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ସନି ଲିଓନିଙ୍କୁ ୱାନ୍ ସୋଲଡର୍ ଗାଉନ୍ରେ ଦେଖିବାକୁ ମିଳୁଛି । ଏହି ଗାଉନ୍ ପିନ୍ଧି ସେ ରେଡ୍ କାର୍ପେଟରେ ଚାଲିବା ମାତ୍ରେ ତାଙ୍କ ଗାଉନ୍ ଅନୁରାଗଙ୍କ ଜୋତାରେ ପଶିଗଲା । ଏହାପରେ ଅନୁରାଗ କଶ୍ୟପ ସନିଙ୍କ ଡ୍ରେସ୍ ସମ୍ଭାଳୁଥବାର ନଜର ଆସୁଛନ୍ତି । ଏହି ଭିଡିଓଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବା ସହିତ ସୋସିଆଲ୍ ମିଡିଆରେ ବି ଏହା ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଅନୁରାଗ କଶ୍ୟପ ନିଜ ଜୋତାରୁ ସନି ଲିଓନିଙ୍କ ଡ୍ରେସ୍ ବାହାର କରିବା ସହ ତାକୁ ଠିକ୍ ବି କରୁଛନ୍ତି । ଏହି ଦୃଶ୍ୟ ସେଠିକାର ସମସ୍ତ କ୍ୟାମେରାରେ କଏଦ ହୋଇ ଯାଇଥିଲା । ଏହାପରେ ମାତ୍ର କିଛି ମୁହୂର୍ତ୍ତରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଥିଲା ।
ସନି ଲିଓନି ରେଡ୍ କାର୍ପେଟରେ ନିଜ ପ୍ରେଜେନ୍ସର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଏହାର କ୍ୟାପସନରେ ସେ ଲେଖିଛନ୍ତି, କେନେଡିର ୱାର୍ଲ୍ଡ ପ୍ରିମିୟର ଓ ମୋତେ ଭାରତୀୟ ସିନେମାର ପ୍ରତିନିଧିତ୍ୱ କରାଯିବା ପରି ଘଟଣା ମୋ ପାଇଁ ସବୁଠାରୁ ଗର୍ବର ବିଷୟ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, କେନେଡିକୁ ଅନୁରାଗ କଶ୍ୟପ କରୋନା ମହାମାରୀ ସମୟରେ ମାତ୍ର ୩୦ ଦିନ ମଧ୍ୟରେ ଶୁଟିଂ କରିଥିଲେ । ଏହା ଏକ ଡାର୍କ ଥ୍ରିଲର ଫିଲ୍ମ ।

Get real time updates directly on you device, subscribe now.