ଏହି ରାଜ୍ୟରେ ୧୬୩୪୭ ଶିକ୍ଷକଙ୍କ ପାଇଁ ବାହାରିଲା ନିଯୁକ୍ତି, ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଆଜିର ସମୟରେ ନିଯୁକ୍ତି ପାଇବା ବହୁତ କଷ୍ଟକର । ଫଳରେ ଅନେକ ସ୍ଥାନରେ ବେରୋଜଗାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଆସିଛି ଏକ ବଡ଼ ସୁଯୋଗ । ଯଦି ଆପଣ ଆନ୍ଧ୍ରପ୍ରଦେଶର ବାସିନ୍ଦା ଏବଂ ସରକାରୀ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ।

ଆନ୍ଧ୍ରପ୍ରଦେଶ ସରକାର ମେଗା ଡିଏସସି (ଜିଲ୍ଲା ଚୟନ କମିଟି) ଅଧୀନରେ ୧୬,୩୪୭ ଶିକ୍ଷକଙ୍କ ନିଯୁକ୍ତି ଘୋଷଣା କରିଛନ୍ତି, ଯାହା ପାଇଁ ଆବେଦନ ପ୍ରକ୍ରିୟା ୨୦ ଏପ୍ରିଲରୁ ଆରମ୍ଭ ହୋଇଛି । ସ୍କୁଲ ଶିକ୍ଷା ବିଭାଗ ଅନୁଯାୟୀ, ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ ୨୦ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟ୍  apdsc.apcfss.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ପ୍ରାର୍ଥୀମାନଙ୍କୁ ଆବେଦନ ଫର୍ମ ପୂରଣ କରିବା ପୂର୍ବରୁ ହୋମପେଜରେ”Register Now” ବିକଳ୍ପକୁ ଚୟନ କରିବାକୁ ପଡିବ ଏବଂ ଏପି ଡିଏସସି ନିଯୁକ୍ତି ନିର୍ଦ୍ଦେଶାବଳୀକୁ ଭଲଭାବେ ପଢିବାକୁ ପଡିବ । ଜିଲ୍ଲା ଚୟନ କମିଟି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ‘ସରକାର ୧୬,୩୪୭ ଶିକ୍ଷକ ପଦବୀ ପୂରଣ ପାଇଁ ମେଗା ଡିଏସସି କରିବାକୁ ନିଷ୍ପତ୍ତି ନେଇଛନ୍ତି । ମେଗା ଡିଏସସି ବିଜ୍ଞପ୍ତି ୨୦ ଏପ୍ରିଲ ୨୦୨୫ରେ ପ୍ରକାଶିତ ହେବ । ଶିକ୍ଷକ ହେବାକୁ ଇଚ୍ଛୁକ ପ୍ରାର୍ଥୀମାନେ ୨୦ ଏପ୍ରିଲରୁ ୧୫ ମଇ ୨୦୨୫ ପର୍ଯ୍ୟନ୍ତ ଅନଲାଇନରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ ।