fbpx

୩ ଦିନିଆ ଦକ୍ଷିଣା ଓଡ଼ିଶା ଗସ୍ତରେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ୩ ଦିନିଆ ଦକ୍ଷିଣ ଓଡ଼ିଶା ଗସ୍ତରେ ଯାଇଥିଲେ । କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ଅନୁରୋଧକ୍ରମେ ସେ ଏହି ଗସ୍ତ କରିଥିଲେ । ଏହି ଅବସରରେ ଶୀମତୀ ଷଡ଼ଙ୍ଗୀ ଅନେକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ଶ୍ରୀମତୀ ଷଡ଼ଙ୍ଗୀ କୋରାପୁଟରେ ପହଞ୍ଚିବା ପରେ ପ୍ରସିଦ୍ଧ ସାବର ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ନିଶାନି ମୁଣ୍ଡା ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏହାପରେ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଜେକେ ପେପର ମିଲଠାରୁ ବିକ୍ରମପୁର ପର୍ଯ୍ୟନ୍ତ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରିଥିଲେ । ରାୟଗଡ଼ାର ଶିରିଗୁଡ଼ାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କର୍ମୀଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ । ଗୁଣପୁରଠାରେ ‘ଚା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସେ ନୂଆ ବସଷ୍ଟାଣ୍ଡଠାରେ ଏକ ସଭାରେ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀମତୀ ଷଡ଼ଙ୍ଗୀଙ୍କ ଏହି ୩ ଦିନିଆ କୋରାପୁଟ, ରାୟଗଡ଼ା ଓ ଗୁଣୁପୁର ଗସ୍ତ ଅବସରରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.