fbpx
BSKY SKY
BSKY SKY

ଏହି କାରଣରୁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ଜର୍ଜ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

BSKY

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଗଭାଇ ମଙ୍ଗଳବାର ଦିନ ଏକ ନୂତନ ତଥ୍ୟ ପରିବେଷଣ କରିଛନ୍ତି । ସେ ଏକ ମାମଲାର ଶୁଣାଣି ପାଇଁ ୨ମାସ ବିଳମ୍ବ କରିଥିଲେ । ଏଥିପାଇଁ ସେ କ୍ଷମା ପ୍ରର୍ଥନା କରିଛନ୍ତି । ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ ଏମଏମ ସୁନ୍ଦରେଶଙ୍କ ବେଂଚରେ, ଚଣ୍ଡିଗଡ଼ର ଏକ ଆବାସୀ ଘରକୁ ଆପାର୍ଟମେଣ୍ଟରେ ପରିଣତ କରିବା ବିରୋଧ ପ୍ରସଙ୍ଗରେ ଶୁଣାଣି କରୁଥିଲେ ।

ଜଷ୍ଟିସ ଗଭାଇ କହିଛନ୍ତି ଯେ, ଏହି ମାମଲାକୁ ଆମେ ଆଇନର ବିଭିନ୍ନ ନିୟମ ଅନୁସାରେ ବିଚାରକୁ ନେଇ ନିଷ୍ପତ୍ତି ନେଇଛୁ । ଏହି କାରଣ ୩ ନଭେମ୍ବର ୨୦୨୨ରେ ନିଷ୍ପତ୍ତି ସୁରକ୍ଷିତ ରଖିବା ଭିତରେ ୨ମାସ ବିତିଯାଇଛି । ସେ ଶୁଣାଣିରେ କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସି ପହଁଚିସାରିଛି କେନ୍ଦ୍ର ଏବଂ ରାଜ୍ୟ ସ୍ତର ଉପରେ ବିଧାୟିକା, କାର୍ଯ୍ୟପାଳିକା ଏବଂ ନିତି ନିର୍ମାତା ଅବ୍ୟବସ୍ଥିତ ବିକାଶ ପରିବେଶର କ୍ଷତି ପୂରଣ ପାଇଁ ଧ୍ୟାନ ଦିଅନ୍ତୁ । ଏଥିସହିତ ଏହା ସୁନିଶ୍ଚିତ କରାଯାଉ ଯେ, ଏହି ବିକାଶ ପରିବେଶକୁ ଯେପରି କୌଣସି କ୍ଷତି ପହଁଚାଇବ ନାହିଁ ବୋଲି ପଦକ୍ଷେପ ନିଆଯାଉ ।

ଜଷ୍ଟିସ ଗଭାଇ ଏବଂ ଭିବି ନାଗରତ୍ନଙ୍କ ବେଂଚରେ ନିଜର ୧୩୧ ପେଜର ନିଷ୍ପତ୍ତିରେ କହିଛନ୍ତି ଯେ, ଚଣ୍ଡିଗଡ଼ର କାର୍ବୁସିୟର ଜୋନର ପେଜ ୧ରେ ଆପାର୍ଟମେଣ୍ଟ ବିସ୍ତୃତ ଆଇନ ଅନୁଯାୟୀ ଖଣ୍ଡବିଖଣ୍ଡନ କିମ୍ବା ବିଭାଜନ ନିଷେଧ ଅଟେ । ପୀଠ ଚଣ୍ଡିଗଡ଼ ପ୍ରଶାସନକୁ ହେରିଟେଜ କମିଟିର ସୁପାରିଶ ଅନୁସାରେ ଚଣ୍ଡିଗଡ଼ର ମାଷ୍ଟର ପ୍ଲାନ ୨୦୨୩ ଏବଂ ୨୦୧୭ ନିୟମରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଅତିରିକ୍ତ ଖଣ୍ଡପୀଠ ଚଣ୍ଡିଗଡ଼ ପ୍ରଶାସନକୁ କୌଣସି ଭବନ ଯୋଜନାକୁ ମଞ୍ଜୁରୀ ଦେବା ପାଇଁ ରୋକ ଲଗାଇଛି । ଯାହାର ପ୍ରଭାବ ବର୍ତ୍ତମାନ ଗୋଟିଏ ଆବାସିକ ୟୁନିଟକୁ ତିନି ଜଣ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଅଧୀକୃତ ଆପାର୍ଟମେଣ୍ଟରେ ପରିଣତ କରିବାର ପ୍ରଭାବ ପକାଉଛି ।

୨୦୧୬ ମସିହାରେ ଏହି ପ୍ରସଙ୍ଗ ଚଣ୍ଡିଗଡ଼ରେ ପଞ୍ଜାବ ଏବଂ ହରିୟାଣାର ହାଇକୋର୍ଟରେ ଉଠାଯାଇଥିଲା । ନିବେଦନକାରୀ ଏହି ଅଭିଯୋଗ ଆଣିଥିଲେ ଯେ, କିଛି ବିକାଶଧାରୀ ଏହି ଫ୍ଲାଟ କିଣୁଥିଲେ । ଯେଉଁ ବ୍ୟକ୍ତି ସିଙ୍ଗଲ ଫ୍ଲାଟ କିଣୁଥିଲା ତାକୁ ଏକ ୟୁନିଟରେ ବିଭାଜନ କରାଯାଇଥିଲା ଏବଂ ମଞ୍ଜିଲା ଆପାର୍ଟମେଣ୍ଟର ନିର୍ମାଣ କରୁଥିଲେ ଏବଂ ଅଲଗା ଅଲଗା ବ୍ୟକ୍ତି ଏହାକୁ ବିକ୍ରି କରୁଥିଲେ । ସେମାନେ କହିଛନ୍ତି ଏହି ପ୍ରଥା ସହରର ମୂଳ ଚରିତ୍ରକୁ ବିପଦରେ ପକାଇଦେବ ।

Get real time updates directly on you device, subscribe now.