fbpx

ୟୁଜର୍ସଙ୍କୁ ଆପଲ କମ୍ପାନୀର ଚେତାବନୀ: ଫୋନକୁ କମ୍ବଳ, ତକିଆ ତଳେ ରଖନ୍ତୁ ନାହିଁ, ଭଲ ଭେଣ୍ଟିଲେସନ ସ୍ଥାନରେ ଫୋନକୁ ଚାର୍ଜରେ ବସାନ୍ତୁ

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ବିସ୍ଫୋରଣ ଘଟଣା ବଢ଼ିବାରେ ଲାଗିଛି । ମୋବାଇଲ ଫୋନର ସଠିକ୍ ବ୍ୟବହାର କରାନଯିବା ଫଳରେ ଅନେକଙ୍କର ଜୀବନ ମଧ୍ୟ ଚାଲିଯାଉଛି । ତେବେ ଅନେକ ଲୋକମାନେ ଶୋଇବା ସମୟରେ ମୋବାଇଲ ବ୍ୟବହାର କରିବା ସହିତ ବେଳେବେଳେ କମ୍ବଳ, ତକିଆ ଭିତରେ ତାହାକୁ ରଖିଦେଇଥାନ୍ତି । ଫଳରେ ଫୋନଟି ଅଧିକ ଗରମ ହୋଇଯାଇଥାଏ । ତେଣୁ ୟୁଜର୍ସଙ୍କ ପାଇଁ ନିକଟରେ ଆଇଫୋନ ନିର୍ମାତା କମ୍ପାନୀ ଆପଲ ସତର୍କ ସୂଚନା ଜାରି କରିଛି ।

ଯଦି ଆପଣମାନେ ଶୋଇବା ସମୟରେ ସ୍ମାର୍ଟଫୋନକୁ ନିଜ ପାଖରେ ରଖି ଶୋଉଛନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ସତର୍କ ଘଣ୍ଟି । ବିଶେଷ କରି ଫୋନ ଚାର୍ଜରରେ ଲାଗିଥିବା ସମୟରେ ଯଦି ଫୋନ ନିକଟରେ ଶୋଉଛନ୍ତି ତେବେ ଆପଣଙ୍କ ବିପଦ ବଢ଼ିପାରେ । ସେଥିପାଇଁ ଫୋନକୁ ଭଲ ଭେଣ୍ଟିଲେସନ ମିଳିପାରୁଥିବା ସ୍ଥାନରେ ଚାର୍ଜ କରିବା ଦରକାର । ଫୋନକୁ ଖୋଲା ସ୍ଥାନ ବା ଟେବୁଲ ଉପରେ ରଖି ଚାର୍ଜ କରିବା ଜରୁରୀ ।

ଆଇଫୋନକୁ ଚାର୍ଜ କରିବା ସମୟରେ ତାହା ହିଟ୍ ଜେନେରେଟ କରିଥାଏ । ଯଦି ଏହି ହିଟ ସହଜରେ ବାହାରକୁ ବାହାରି ନପାରେ ତେବେ ବିପଦ ସୃଷ୍ଟି ହୋଇପାରେ । ଗମ୍ଭୀର ମାମଲାରେ ଫୋନରେ ନିଆଁ ଲାଗିଯାଇପାରେ । ତେଣୁ ଫୋନକୁ ତକିଆ ଭିତରେ ରଖି ଚାର୍ଜ କରିବା ଅନୁଚିତ । ଚାର୍ଜ ୱେୟାର ସହ ଜଡ଼ିତ କୌଣସି ଡିଭାଇସ, ପାୱାର ଆଡପ୍ଟର ବା ୱେୟାରଲେସ ଚାର୍ଜର ନିକଟରେ କେବେ ବି ଶୋଇବା ଅନୁଚିତ । କମ୍ବଳ, ତକିଆ ବା ନିଜର ଶରୀର ତଳେ ଫୋନକୁ ରଖିବା ଅନୁଚିତ । ଡ୍ୟାମେଜ କେବୁଲ ବା ଚାର୍ଜରର ଉପଯୋଗ ଓ ଆର୍ଦ ସ୍ଥାନରେ ଚାର୍ଜ କରିବାରୁ ନିବୃତ୍ତି ରହିବାକୁ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.