fbpx

ଶସ୍ତାରେ IPhone ସହିତ ମିଳିବ ଆପଲ୍ ପ୍ରଡକ୍ଚ, ଏହି ତାରିଖରୁ ଆରମ୍ଭ ହେବ ସେଲ୍

ନୂଆଦିଲ୍ଲୀ : ଆପଲ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । କମ୍ପାନୀ ପକ୍ଷରୁ Festival Offer ଆରମ୍ଭ ହେବାକୁ ଯାଉଛି । ଦୀପାବଳିକୁ ଧ୍ୟାନରେ ରଖାଯାଅ ଏଭଳି ନିଷ୍ପତ୍ତି ଦିଆଯାଇଛି । ଏହି ସେଲ୍ ଜରିଆରେ ୟୁଜର୍ସଙ୍କୁ ବମ୍ପର ଅଫର ମିଳିବ । ଏହାର ଫାଇଦା ଉଠାଇବା ପାଇଁ ୟୁଜର୍ସଙ୍କୁ ଆପଲ୍ ଓ୍ବେବସାଇଟକୁ ଯିବାକୁ ହେବ । ଅନ୍ୟପଟେ ଆପଲ ଷ୍ଟୋରରୁ ମଧ୍ୟ ଏହି ଅଫର ମିଳିପାରିବ ।

ଆପଲ୍ ଫେଷ୍ଟିବଲ ସେଲକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । କିନ୍ତୁ ରିପୋର୍ଟ୍ସରେ କୁହାଯାଇଛି ଯେ, ଆପଲର ପ୍ରାୟ ପ୍ରଡକ୍ଟରେ ଅଫର ମିଳିବ । ତେବେ ବର୍ତ୍ତମାନ ଜାରି ରହିଥିବା ସେଲରେ କମ୍ପାନୀ ଏୟାରପୋଡରେ କମ୍ ରିହାତି ଦେଇଥିବାବେଳେ ଆଗାମୀ ସେଲରେ ଏହି ପ୍ରଡକ୍ଟ ଉପରେ ଅଧିକ ଅଫର ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ସେଲକୁ ନେଇ କମ୍ପାନୀ ପକ୍ଷରୁ ଅଧିକ ସୂଚନା ପ୍ରଦାନ କରାଯାଇ ନାହିଁ । ଯଦି ଆପଲ୍ ପ୍ରଡକ୍ଟ କିଣିବାକୁ ଚାହୁଁଛନ୍ତି, ତାହେଲେ ଆଡ୍ କରିପାରିବେ । ଅକ୍ଟୋବର 3 ତାରିଖରୁ ଏହି ସେଲ୍ ଆରମ୍ଭ ହେବ । ବର୍ତ୍ତମାନ ଆଇଫୋନର ନୂଆ ସିରିଜ ଲଞ୍ଚ ହୋଇଥିବା ବେଳେ ପୁରୁଣା ସିରିଜରେ ବମ୍ପର ଅଫର ମିଳିପାରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.