fbpx
BSKY SKY
BSKY SKY

‘APPLE’ ଉପରେ ଲାଗିଲା ୧୫୦ କୋଟି ଜରିମାନା: ବକ୍ସରେ ଚାର୍ଜର ନ ଦେବା ପଡିଗଲା ମହଙ୍ଗା

BSKY

ନୂଆଦିଲ୍ଲୀ: ଗୋଟିଏ ଛୋଟ ଭୁଲ ପାଇଁ ଆଜି ଏକ ବଡ ପରିଣାମ ଭୋଗିବାକୁ ଯାଉଛି ଆପଲ କମ୍ପାନୀ । ଏହି ଭୁଲ ପାଇଁ କମ୍ପାନୀକୁ ଦେବାକୁ ପଡିଛି କୋଟି କୋଟି ଟଙ୍କାର ଫାଇନ । ଏହି ମାମଲା ଏବେ ଖୁବ ଚର୍ଚ୍ଚାର ପରିସରକୁ ଆସିଛି । ଆଇଫୋନ ସହିତ ମୋବାଇଲ ବକ୍ସରେ ଚାର୍ଜର ନ ଦେବା କମ୍ପାନୀ ଉପରେ ପଡିଛି ମହଙ୍ଗା । ହଜାର ନୁହେଁ କି ଲକ୍ଷେ ନୁହେଁ, ୧୫୦ କୋଟି ଟଙ୍କା ଜରିମାନା ଦେବ ଆପଲ କମ୍ପାନୀ । ଏ ନେଇ କୋର୍ଟ ତରଫରୁ ଆଦେଶ ଦିଆଯାଇଛି ।

ଏଭଳି ଏକ ଘଟଣା ଦେକିବାକୁ ମିଳିଛି ପ୍ରାଜିଲରେ । ଷ୍ଟେଟ କୋର୍ଟ ଆପଲ ବିରୋଧରେ ଏକ କେସର ଶୁଣାଣି କରୁଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଣିକି ଫୋନ ସହିତ ଚାର୍ଜର ଦେବାକୁ ବାଧ୍ୟ ହେବ ଆପଲ କମ୍ପାନୀ । ଆସୋସିଏସନ ଅଫ ବରୋୟର୍ସ, କଞ୍ଜୁମର୍ସ ଆଣ୍ଡ ଟେକ୍ସପେୟର୍ସ ମୋବାଇଲ ବକ୍ସ ଭିତରେ ଚାର୍ଜର ନଥିବା ନେଇ ଅଭିଯୋଗ କରିଥିଲେ । ଚାର୍ଜର ବିନା ଫ୍ଲାଗଶିପ ଫୋନ ବିକ୍ରି କରି ଫାଇଦା ଉଠାଉଥିବା କମ୍ପାନୀ ତରଫରୁ କୁହାଯାଇଥିଲା । ତେବେ ଏ ନେଇ ଶୁଣାଣି କରି କୋର୍ଟ ତରଫରୁ କମ୍ପାନୀ ଉପରେ ୧୦ କୋଟି ଆରବିଏଏଲ(ପ୍ରାୟ ୧୫୦ କୋଟି) ଜରିମାନା ଆଦେଶ ଦେଇଛନ୍ତି ।

ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିବ ବୋଲି କହିଛି ଆପଲ । ଏହାବ୍ୟତୀତ କମ୍ପାନୀ କହିଛି ଯେ, କାର୍ବନ ଉତ୍ସର୍ଜନ କମ୍ କରିବା ପାଇଁ ଏମିତି କରିଛି । କିନ୍ତୁ ମୋବାଇଲ ଚାର୍ଜର ଅଲଗା ଭାବରେ ବିକ୍ରି କରୁଛି କମ୍ପାନୀ । ତେବେ ଗ୍ରୀନ ଇନିସିଏଟିଭ ନାଁରେ କମ୍ପାନୀ ଗ୍ରାହକଙ୍କୁ ଅଲଗା ଚାର୍ଜର କିଣିବା ପାଇଁ ବାଧ୍ୟ କରୁଥିବା କୁହାଯାଇଛି ।

Get real time updates directly on you device, subscribe now.