fbpx

ଭାରତରେ ୪ଟି ନୂଆ ଷ୍ଟୋର ଖୋଲିବ ଆପଲ, ଜାଣନ୍ତୁ ତାଲିକାରେ କେଉଁ ସହର ସାମିଲ ?

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଆପଲ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କମ୍ପାନୀ ଭାରତରେ ୪ଟି ନୂତନ ଷ୍ଟୋର ଖୋଲିବା ନେଇ ଯୋଜନା କରୁଛି ବୋଲି ସୂଚନା ଦେଇଛନ୍ତି ଆପଲର ସିନିୟର ଭାଇସ୍ ପ୍ରେସିଡେଣ୍ଟ (ରିଟେଲ) Deirdre O’ Brien । ଗତ ବର୍ଷ କମ୍ପାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଦୁଇଟି ଆପଲ ଷ୍ଟୋର ଖୋଲିଥିଲା । ଏଠାରେ ଆପଲ ପୋର୍ଟଫୋଲିଓର ସମସ୍ତ ପ୍ରଡକ୍ଟ ଦେଖିବା ସହ ଏକ୍ସପେରିୟନ୍ସ କରିପାରିବେ ।

ଭାତରରେ ଆପଲ ‘ମେକ୍ ଇନ୍ ଇଣ୍ଡିଆ’ ଅନ୍ତର୍ଗତ iPhone 16 Pro ଏବଂ iPhone 16 Pro Max ବିକ୍ରି କରୁଛି । ଆପଲର ସିନିୟର ଭାଇସ୍ ପ୍ରେସିଡେଣ୍ଟଙ୍କ କହିବାନୁଯାୟୀ ଭାରତର ପୁନେ, ବେଙ୍ଗାଲୁରୁ, ଦିଲ୍ଲୀ ଏନସିଆର ଏବଂ ମୁମ୍ବାଇରେ ଆପଲର ନୂତନ ଷ୍ଟୋର ଖୋଲାଯିବାର ଯୋଜନା ରହିଛି । ଆପଲiPhone 16 କ୍ରମରେ ଥିବା ସମସ୍ତ ହ୍ୟାଣ୍ଡସେଟର ପ୍ରଡକସନ୍ ଭାରତରେ ଆରମ୍ଭ ହୋଇସାରିଛି । ଏଥିପାଇଁ କମ୍ପାନୀ Foxconn, Pegatron ଏବଂ Tata Electronics ସହ ପାର୍ଟନରସିପ୍ କରିଛି । ଅନ୍ତର୍ଗତ iPhone 16, 16 Plus ଏବଂ Pro Max ମଡେଲ ଭାରତ ଏବଂ ବିଦେଶରେ ମଧ୍ୟ ଏକ୍ସପୋର୍ଟ କରାଯାଉଛି ।

 

Get real time updates directly on you device, subscribe now.