fbpx

ଆପଲର Glowtime Event ଆଜି, ଲଞ୍ଚ ହେବ iPhone 16 Series ସମେତ ଏହି ପ୍ରଡକ୍ଟସ

ନୂଆଦିଲ୍ଲୀ: ଆପଲର ନୂଆ ଆଇଫୋନ ୧୬ ସିରିଜକୁ ନେଇ ବର୍ତ୍ତମାନ ଲୋକଙ୍କ ଅପେକ୍ଷା ଶେଷ ହୋଇଛି। ଏହି ସିରିଜକୁ ୯ ସେପ୍ଟେମ୍ବରରେ ଅର୍ଥାତ ଆଜି ଲଞ୍ଚ କରାଯିବ। ଆପଲ ଏହି ଇଭେଣ୍ଟର ନାମ .. ରଖିଛି। ଟେକ କମ୍ପାନୀ ଆପଲ ଆଇଫୋନ୧୬ ସିରିଜରେ ଚାରୋଟି ମଡେଲ୍ସ ଆଇଫୋନ ୧୬, ଆଇଫୋନ ୧୬ ପ୍ଲସ, ଆଇଫୋନ ୧୬ ପ୍ରୋ ଏବଂ ଆଇଫୋନ ୧୬ ପ୍ରୋ ମ୍ୟାକ୍ସକୁ ଲଞ୍ଚ କରାଯିବ। ଏହା ବ୍ୟତୀତ ଏୟାରପଡସ ୪ ଏବଂ ୱାଚ୍ ସିରିଜ ୧୦ ମଧ୍ୟ ଲଞ୍ଚ ହେବାର ଆଶା କରାଯାଉଛି।

ଆଇଫୋନ ୧୬ ସିରିଜର ଲଞ୍ଚ ଇଭେଣ୍ଟ ୟୁଏସର କ୍ୟୁପର୍ଟିନୋ ସ୍ଥିତ ଆପଲ ପାର୍କରେ ଷ୍ଟେଭ ଜବ୍ସ ଥିଏଟରରେ ଭାରତୀୟ ସମୟ ଅନୁଯାୟୀ, ୧୦ଟା ୩୦ମିନିଟରେ ଆରମ୍ଭ ହେବ। ଭାରତରେ ଏହି ଇଭେଣ୍ଟକୁ କମ୍ପାନୀର ୱେବସାଇଟ, ଆପଲ ଟିଭ ଏବଂ ୟୁଟ୍ୟୁବରେ ଲାଇଭଷ୍ଟ୍ରିମ କରାଯାଇ ଦେଖାଯିବ। ଆପଲ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଇଭେଣ୍ଟ ପ୍ଲେସହୋଲ୍ଡର ପୂର୍ବରୁ ହିଁ ସେୟାର କରିଛନ୍ତି।

ଆପଲ ଏହି ଇଭେଣ୍ଟରେ iPhone 16, iPhone 16 Plus, iPhone 16 Pro ଏବଂ  iPhone 16 Pro Max ଲଞ୍ଚ କରିବ। iPhone 16 ସିରିଜର ଟପ ମଡେଲ ମୂଲ୍ୟ ୨ ଲକ୍ଷ ଟଙ୍କା ପାଖାପାଖି ରହିବ ବୋଲି ଅନୁମାନ କରାଯାଉଛି।

Get real time updates directly on you device, subscribe now.