fbpx

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର-୨୦୨୪ ପାଇଁ ଆବେଦନ ସମୟସୀମା ଅଗଷ୍ଟ ମାସ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର-୨୦୨୪ ପାଇଁ ଆବେଦନସୀମାକୁ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ପୁରସ୍କାର ଲାଗି ଆବେଦନର ଶେଷ ତାରିଖ ଜୁଲାଇ ୩୧ ଥିଲା ।

ତେବେ ସାହସିକତା, ଖେଳ, ସମାଜସେବା, ବିଜ୍ଞାନ ଏବଂ ପ୍ରଯୁକ୍ତି, ପରିବେଶ, କଳା, ସଂସ୍କୃତି ଏବଂ ନବନ୍ମେଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର ଦିଆଯାଉଛି । ୧୮ ବର୍ଷରୁ କମ୍‍ ବୟସର ଜଣେ ଭାରତୀୟ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର ପାଇଁ ଆବେଦନ କରିପାରିବେ । ଆବେଦନକାରୀମାନେ ନ୍ୟାସନାଲ୍‍ ଆୱାର୍ଡ ପୋର୍ଟାଲ https://awards.gov.inରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି ।

କେଉଁ ବର୍ଗରେ ଏହି ପୁରସ୍କାର ଦିଆଯାଏ?

ପ୍ରତିବର୍ଷ କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ ବାଲ ପୁରସ୍କାର ପାଇଁ ପିଲାମାନେ ମନୋନୀତ ହୁଅନ୍ତି । ଏହି ପୁରସ୍କାର ମୁଖ୍ୟତଃ ୬ଟି ବର୍ଗରେ ଦିଆଯାଏ । କଳା ଏବଂ ସଂସ୍କୃତି, ସାହସିକତା, ନବସୃଜନ, ଏକାଡେମିକ୍ସ, ସାମାଜିକ ସେବା ଏବଂ କ୍ରୀଡ଼ାରେ ଉତ୍କର୍ଷତା ପାଇଁ ଏଗୁଡିକ ଦିଆଯାଏ ।

ପୁରସ୍କାର ବିଜେତାମାନଙ୍କୁ କ’ଣ ମିଳେ ?

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରତ୍ୟେକ ବିଜେତାଙ୍କୁ ପଦକ ଏବଂ ପ୍ରମାଣପତ୍ର ଦିଆଯାଏ। ଏହା ସହିତ ପୁରସ୍କାର ବିଜେତାମାନଙ୍କୁ ୧ ଲକ୍ଷ ଟଙ୍କା ନଗଦ ମଧ୍ୟ ପୁରସ୍କାର ରୂପେ ଦିଆଯାଏ। ଚଳିତ ବର୍ଷ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ ବାଳକ ଏବଂ ପାଞ୍ଚ ଜଣ ବାଳିକା ଅଛନ୍ତି । କଳା ଏବଂ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୪ ଜଣ ସାହସିକତା, ୨ ଟି ନୂତନତ୍ୱ,୨ ଟି ସାମାଜିକ କାର୍ଯ୍ୟରେ ଏବଂ କ୍ରୀଡା କ୍ଷେତ୍ରରେ ୩ ଜଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Get real time updates directly on you device, subscribe now.