fbpx

କପାଳରେ ତିଲକ ଲଗାଇବା ପଛର କାରଣ କ’ଣ ? ବାର ଅନୁସାରେ ତିଲକ ଲଗାନ୍ତୁ, ମିଳିଥାଏ ଶୁଭଫଳ

Advertisement

ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ବହତ୍ୱ ରହିଛି । ରୀତିନୀତି ବିନା ଦେବା ଦେବୀଙ୍କ ପୂଜାର୍ଚ୍ଚନା ଅସମ୍ପୂର୍ଣ୍ଣ ବୋଲି ଲୋକଙ୍କ ବିଶ୍ୱାସ । ପ୍ରାୟ ଦେଖାଯାଏ ପୂଜା ପାଠ, ମାଙ୍ଗଳିକ ବା କୌଣସି ଧାର୍ମିକ କାର୍ଯ୍ୟର୍, ବନ୍ଦାପନା ବା ଘରୁ ବାହାରିବା ସମୟରେ ତିଲକ ଲଗାଯାଇଥାଏ । କୁମକୁମ୍‌, ଚନ୍ଦନ, ହଳଦୀ ଇତ୍ୟାଦି ତିଲକ ଭାବରେ ଲଗାଯାଇଥାଏ । କିନ୍ତୁ କେବେ ଆପଣମାନେ ଭାବିଛନ୍ତି ତିଲକ ସବୁବେଳେ କପାଳର କେନ୍ଦ୍ରରେ ଲଗାଇବାର କାରଣ କଣ ? କଣ ରହିଛି ଏହାର ମହତ୍ୱ ?

ମନୁଷ୍ୟ ଶରୀରରେ ୭ଟି ଉର୍ଜ୍ଜା କେନ୍ଦ୍ର ରହିଛି । କପାଳ କେନ୍ଦ୍ରରେ ଆଜ୍ଞାଚକ୍ର ସ୍ଥିତ । ଏହାକୁ ଗୁରୁ ଚକ୍ରା ମଧ୍ୟ କୁହାଯାଏ । ଶରୀରର ଏହା କେନ୍ଦ୍ର ସ୍ଥାନ ଯାହା ଏକାଗ୍ରତା ଏବଂ ଜ୍ଞାନରେ ପରିପୂର୍ଣ୍ଣ । ସବୁବେଳେ ଅନାମିକା ଆଙ୍ଗୁଳିରେ ହିଁ ତିଲକ ଲଗାଇବା ଉଚିତ । ଏହା ଦ୍ୱାରା ବ୍ୟକ୍ତି ତେଜସ୍ୱୀ ହେବା ସହ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ । ବୁଢ଼ା ଆଙ୍ଗୁଠିରେ ତିଲକ ଲଗାଇଲେ ବ୍ୟକ୍ତିର ମାନ- ସମ୍ମାନ ଏବଂ ଜ୍ଞାନ ବୃଦ୍ଧି ହୋଇଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ କପାଳରେ ତିଲକ ଲଗାଇବାର ବିଶେଷ ମହତ୍ୱ ରହିଛି । ଏହା ସକାରାତ୍ମକ ଭାବନା ଉତ୍ପନ୍ନ କରିବା ସହ ଶୁଭ ଫଳ ଦେଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ମଥାରେ ତିଲକ ଲଗାଇବା ଦ୍ୱାରା ମସ୍ତିଷ୍କ ଥଣ୍ଡା ରହିଥାଏ । ଏହା ଦ୍ୱାରା ବ୍ୟକ୍ତିର ଏକାଗ୍ରତା, ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ମନରେ ସ୍ଥିରତା ଆସିଥାଏ ।

ସପ୍ତାହର ପ୍ରତ୍ୟେକ ଦିନ ନିଦ୍ଦିଷ୍ଟ ଦେବୀ ଦେବତାଙ୍କୁ ସମର୍ପିତ । ତେଣୁ ବାର ଅନୁଯାୟୀ ତିଲକ ଲଗାଇଲେ ଆମକୁ ଶୁଭଫଳ ପ୍ରାପ୍ତ ହୋଇଥାଏ ।

ସୋମବାର : ସୋମବାର ହେଉଛି ଭଗବାନ ଶିବଙ୍କ ବାର ଏବଂ ଏହି ଦିନର ଗ୍ରହ ସ୍ୱାମୀ ହେଉଛନ୍ତି ଚନ୍ଦ୍ର ଦେବ । ତେଣୁ ଧଳ ଚନ୍ଦନ, ବିଭୂତି ବା ଭଷ୍ମର ତିଲକ ଲଗାଇବା ଦ୍ୱାରା ଭୋଳାନାଥଙ୍କ କୃପା ଲାଭ ହୋଇଥାଏ ।

ମଙ୍ଗଳବାର: ଏହି ଦିନ ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଏ ଏବଂ ମଙ୍ଗଳ ଦେବ ହେଉଛନ୍ତି ମଙ୍ଗଳବାରର ଗ୍ରହ ସ୍ୱାମୀ । ତେଣୁ ନାଲି ଚନ୍ଦନ କିମ୍ବା ମଲ୍ଲି ତେଲରେ ସିନ୍ଦୁର ମିଶାଇ ତିଲକ ଲଗାଇପାରିବେ ।

ବୁଧବାର : ବୁଧବାର ହେଉଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ବାର । ଏହି ଗ୍ରହର ସ୍ୱାମୀ ହେଉଛନ୍ତି ବୁଦ୍ଧ ଦେବ । ଏହି ଦିନ ଶୁଖିଲା ସିନ୍ଦୁରର ତିଲକ ଲଗାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଗୁରୁବାର: ପ୍ରଭୁ ବିଷ୍ଣୁଙ୍କୁ ବାର । ଗୁରୁବାରର ଗ୍ରହ ସ୍ୱାମୀ ହେଉଛନ୍ତି ବୃହସ୍ପତି । ତେଣୁ ଧଳା ଚନ୍ଦନକୁ ପଥରରେ ଘସି କେସର ସହ ମିଶାଇ ତିଲକ ଲଗାଇବା ଦ୍ୱାରା ଏ÷ଶ୍ୱର୍ଯ୍ୟରେ ବୃଦ୍ଧି ହୋଇଥାଏ ।

ଶୁକ୍ରବାର: ଶୁକ୍ରବାର ହେଉଛି ମାତା ଲକ୍ଷ୍ମୀଙ୍କ ବାର । ଶୁକ୍ର ଦେବ ଏହି ବାରର ସ୍ୱାମୀ ହୋଇଥିବାରୁ ଲାଲି ଚନ୍ଦନ ବା ସିନ୍ଦୁରର ତିଲକ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଶନିବାର: ଭୈରବ, ଶନି ଏବଂଯମରାଜଙ୍କ ଦିନ ହେଉଛି ଶନିବାର । ଏହି ବାରର ଗ୍ରହ ସ୍ୱାମୀ ହେଉଛନ୍ତି ଶନି ଦେବ । ତେଣୁ ବିଭୂତି, ଭଷ୍ମ ବା ଲାଲି ଚନ୍ଦନର ତିଲକ ଲଗାଇଲେ ସମସ୍ତ ଦେବତା ପ୍ରସନ୍ନ ହେବା ସହ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
ରବିବାର: ସୂର୍ଯ୍ୟ ଦେବଙ୍କୁ ସମର୍ପିତ ରବିବାର ଏବଂ ଏହି ବାରର ଗ୍ରହ ସ୍ୱାମୀ ହେଉଛନ୍ତି ସ୍ୱୟଂ ସୂର୍ଯ୍ୟ ଦେବ । ଏହି ଦିନ ନାଲି ଚନ୍ଦନ ବା କୁମକୁମର ତିଲକ ଲଗାଇବା ଶୁଭ ଫଳ ଦେଇଥାଏ । ବ୍ୟକ୍ତିର ମାନ- ସମ୍ମାନ ବୃଦ୍ଧି ହେବା ସହ ସେ ସାହସୀ ହୋଇଥାଏ ।

Get real time updates directly on you device, subscribe now.